ମମତାଙ୍କ ‘ପ୍ରସାଦ’ ପଲିଟିକ୍ସ
ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ପଲିଟିକାଲ ଷ୍ଟଣ୍ଟ୍। ଦୀଘା ଜଗନ୍ନାଥ ମନ୍ଦିରରେ ଖୁଆ ପୂଜା କରି ଏହାକୁ ମହାପ୍ରସାଦ ନାଁରେ ପୁରା ରାଜ୍ୟରେ ଘରେ ଘରେ ବାଣ୍ଟୁଛନ୍ତି ମମତା ସରକାର। କୁହାଯାଉଛି, ବିଜେପିର ହିନ୍ଦୁତ୍ବ କାର୍ଡକୁ କଡ଼ା ଟକ୍କର ଦେବା ଏବଂ ନିର୍ବାଚନ ପୂର୍ବରୁ ନିଜ ହିନ୍ଦୁ ବିରୋଧୀ ଭାବମୂର୍ତ୍ତି ବଦଳାଇବାକୁ ଏଭଳି ଯୋଜନାର ସାହାରା ନେଇଛନ୍ତି ମମତା। ଯାହାକୁ ରାଜନୈତିକ ଚାଲ୍ କହି କଡ଼ା ନିନ୍ଦା କରିଛି ପଶ୍ଚିମବଙ୍ଗ ବିଜେପି। ଏପଟେ ପ୍ୟାକେଟରେ ପେଡ଼ା ଓ ଗଜା ବାଣ୍ଟି ଏହାକୁ ମହାପ୍ରସାଦ ବୋଲି କହୁଥିବାରୁ ତାକୁ ନେଇ ବର୍ଷିଛନ୍ତି ଶ୍ରୀମନ୍ଦିର ସେବାୟତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us