Advertisment

Satkosia Displaced Problem: ବିସ୍ଥାପିତଙ୍କ ଦୁଃଖ ଶୁଣିବ କିଏ ? ୮ ବର୍ଷ ହେଲା ସରକାରଙ୍କ ପ୍ରତିଶ୍ରୁତି ଅପେକ୍ଷାରେ...

ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ ପାଇଁ କୋର ଅଞ୍ଚଳରୁ ବିସ୍ଥାପିତ ହୋଇଥିଲେ ୭୬ ପରିବାର। ସେ ସମୟରେ ସରକାର ବହୁ ପ୍ରତିଶ୍ରୁତି ଦେଇ ନେଇ ଆସିଥିଲା ଜଙ୍ଗଲ ବାହାରକୁ। ହେଲେ ୮ ବର୍ଷ ପରେ ମଧ୍ୟ ସରକାରଙ୍କ ପ୍ରତିଶ୍ରୁତିକୁ ଚାହିଁ ବସିଛନ୍ତି ବିସ୍ଥାପିତ।

Satkosia Displaced

Satkosia Displaced Problem Photograph: (OTV)

Advertisment

ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ ପାଇଁ କୋର ଅଞ୍ଚଳରୁ ଲୋକଙ୍କୁ ବିସ୍ଥାପିତ କରିବାକୁ ପଡ଼ିଥିଲା। ଆଉ ବିସ୍ଥାପିତ ହୋଇଥିଲେ ୭୬ ପରିବାର। ସେ ସମୟରେ ସରକାର ବହୁ ପ୍ରତିଶ୍ରୁତି ଦେଇ ନେଇ ଆସିଥିଲା ଜଙ୍ଗଲ ବାହାରକୁ। ହେଲେ ୮ ବର୍ଷ ପରେ ମଧ୍ୟ ସରକାରଙ୍କ ପ୍ରତିଶ୍ରୁତିକୁ ଚାହିଁ ବସିଛନ୍ତି ବିସ୍ଥାପିତ।

Advertisment

ସାତକୋଶିଆ ଅଭୟାରଣ୍ୟରୁ ବିସ୍ଥାପିତ ହୋଇଥିବା ପ୍ରଥମ ଗାଁ ରାଇଗୁଡ଼ା। ଘଞ୍ଚ ଜଙ୍ଗଲରୁ ଲୋକଙ୍କୁ ଆଣି ବାହାରେ ଥଇଥାନ କରିଛନ୍ତି ସରକାର। ସେ ସମୟରେ ସବୁ ମୌଳିକ ସମସ୍ୟାର ସମାଧାନ ସହ ବହୁ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ସରକାର ଅଜାଡି ଦେଇଥିଲେ ପୁଳା ପୁଳା ପ୍ରତିଶ୍ରୁତି। ହେଲେ ସବୁକିଛି ପାଣିର ଗାର ପାଲଟିଛି। ୧୦ ଡିସିମିଲ ଜାଗା ବଦଳରେ ଦେଇଛନ୍ତି ୪ ଡିସିମିଲ ଜାଗା। ପିଲାଙ୍କ ପାଠ ପଢିବା ପାଇଁ ସ୍କୁଲ ନାହିଁ କି ଅଙ୍ଗନବାଡି କେନ୍ଦ୍ର ବି ନାହିଁ। ଖେଳ ପଡିଆ ନାହିଁ, କାହାର ମୃତ୍ୟୁ ହେଲେ ଶବ ଦାହ ପାଇଁ ଶ୍ମଶାନର ବ୍ୟବସ୍ଥା ମଧ୍ୟ ନାହିଁ। ବିସ୍ଥାପିତ ହେବା ପରେ ଏଭଳି ଦହଗଞ୍ଜ ଜୀବନ ଜିଉଁଛନ୍ତି ରାଇଗୁଡ଼ା ଲୋକେ।

ଏତିକିରେ ସରିନାହିଁ ବିସ୍ଥାପିତଙ୍କ ସମସ୍ୟା। ସବୁଠାରୁ ବଡ଼ ସମସ୍ୟା ହେଉଛି ପିଇବା ପାଣିର। ସରକାର ପାଣି ପାଇଁ ଘରକୁ ଘର ଟ୍ୟାପ୍ ଲଗାଇ ପାଣି ଯୋଗାଇ ଦେଇଛନ୍ତି ସତ, କିନ୍ତୁ ସେ ପାଣି ପିଇବା ଉପଯୋଗୀ ହେଉନାହିଁ। ସେ ପାଣି ପିଇଲେ ବିଭିନ୍ନ ପ୍ରକାର ରୋଗ ମାଡ଼ି ବସୁଛି। ସେଥିପାଇଁ ଜଙ୍ଗଲ ମଧ୍ୟରେ ପାଖାପାଖି ଦେଢ଼ କିଲୋମିଟର ଦୂରରେ ଥିବା ଚୁଆରୁ ପାଣି ଆଣିବାକୁ ଯାଉଛନ୍ତି ଲୋକେ। ପାଣି ଆଣିବାକୁ ହେଲେ ଲୋକେ ଡକାଡକି ହୋଇ ୫ରୁ ୧୦ ଜଣ ମହିଳାଙ୍କ ସମେତ କିଛି ପୁରୁଷ ଏକ ହୋଇ ଯାଆନ୍ତି। ନହେଲେ ହାତୀ ଆକ୍ରମଣର ଭୟ ମଧ୍ୟ ରହୁଛି। ବିସ୍ଥାପିତ ହୋଇ ଭଲ ଜୀବନ ବଞ୍ଚିବାକୁ ସ୍ବପ୍ନ ଦେଖିଥିବା ଲୋକଙ୍କ ଜୀବନ ଆହୁରି ଯନ୍ତ୍ରଣାମୟ ହୋଇଛି।

Advertisment

ସାତକୋଶିଆ ବିସ୍ଥାପିତଙ୍କ ଦୁଃଖ:

ସାତକୋଶିଆ କୋର ଅଞ୍ଚଳରୁ ବିସ୍ଥାପିତ ହୋଇ ରହିଥିବା ଲୋକଙ୍କ ସମସ୍ୟା ଓ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ ନେଇ ଆମେ ଯାଇଥିଲୁ ସାତକୋଶିଆ ଅଭୟାରଣ୍ୟ ବନଖଣ୍ଡ ଅଧିକାରୀଙ୍କ ପାଖକୁ। ସେ କହିଲେ ମୁଁ ଏବେ ଏବେ ଆସିଛି। ଏଭଳି ଅଭିଯୋଗ ମୋ ନଜରରେ ନାହିଁ। ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବିସ୍ଥାପିତଙ୍କର କ'ଣ ରହିଛି ସମସ୍ୟା ତାହା ଆମେ ସମାଧାନ କରିବୁ ବୋଲି ସେ କହିଛନ୍ତି।  

Satkosia Tiger Reserve Satkosia Displacement
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ