Advertisment

ଉପର ଚକଚକିଆ, ଭିତର ଫମ୍ପା

ବିଜେଡି ସରକାର ଗଲା ପରେ ଖୋଲୁଛି ଫାଇଭ୍ ଟି ସ୍କୁଲ ରୁପାନ୍ତୀକରଣ ପୋଲ୍। କେଉଁଠି ୫୦ ଲକ୍ଷ ଟଙ୍କାରେ ରଙ୍ଗ ମାରି ଚକ ଚକିଆ କରି ଦେଇଛନ୍ତି ହେଲେ ସ୍କୁଲରୁ ପାଣି ଗଳୁଛି ତ, କେଉଁଠି ପୁରା ଟଙ୍କା ନେଇ ଫେରାର ଠିକାଦାର।

Advertisment

ଉପର ଚକଚକିଆ, ଭିତର ଫମ୍ପା । ବିଜେଡି ସରକାର ଗଲା ପରେ ଖୋଲୁଛି ଫାଇଭ ଟି ସ୍କୁଲ ଗୁମର । କେବଳ ଦଳୀୟ ନେତାଙ୍କ ପକେଟ ଗରମ ପାଇଁ ନବୀନ ସରକାର କରିଥିଲେ କି ଫାଇଭ ଟି ସ୍କୁଲ ? ଗ୍ରାଉଣ୍ଡ ରିୟଲଟି କିଛି ସେୟା ହିଁ କହୁଛି । ଉମରକୋଟ ଅଂଚଳା ସ୍ଥିତ ସଂଗ୍ରାମୀ ବାଳ ପୂଜାରୀ ହାଇସ୍କୁଲ । ଖୋଦ ଗଣଶିକ୍ଷା ମନ୍ତ୍ରୀଙ୍କ ଅଂଚଳ । ହେଲେ ଏଠି ପୂରା ହଡ଼ପ ହୋଇଯାଇଛି ଅନୁଦାନ ଟଙ୍କା । ୬୦ ଲକ୍ଷ ଟଙ୍କାରୁ ୫୫ ଲକ୍ଷ ଟଙ୍କା ସ୍କୁଲ ଆକାଉଣ୍ଟକୁ ଯାଇଛି । ହେଲେ ବିଡମ୍ବନାର କଥା ସ୍କୁଲରେ ପାଚେରୀ ନାହିଁ କି ଗେଟ୍‌ ନାହିଁ । ଲାଇବ୍ରେରୀଟେ ତିଆରି ହୋଇନି । ଏମିତି କି ସ୍କୁଲର ଗୋଟିଏ ଶୌଚାଳୟ ଟିଏ ମଧ୍ୟ ନାହିଁ । ନିମ୍ନ ମାନର କାମ କରାଯାଇ ଖାଲି ଚୂନ ମାରି ଟଙ୍କା ହରିଲୁଟ କରାଯାଇଛି ବୋଲି କହିଛନ୍ତି ଖୋଦ ପ୍ରଧାନ ଶିକ୍ଷକ ।

Advertisment
5T School BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ