5T School
ଉପର ଚକଚକିଆ, ଭିତର ଫମ୍ପା । ବିଜେଡି ସରକାର ଗଲା ପରେ ଖୋଲୁଛି ଫାଇଭ ଟି ସ୍କୁଲ ଗୁମର । କେବଳ ଦଳୀୟ ନେତାଙ୍କ ପକେଟ ଗରମ ପାଇଁ ନବୀନ ସରକାର କରିଥିଲେ କି ଫାଇଭ ଟି ସ୍କୁଲ ? ଗ୍ରାଉଣ୍ଡ ରିୟଲଟି କିଛି ସେୟା ହିଁ କହୁଛି । ଉମରକୋଟ ଅଂଚଳା ସ୍ଥିତ ସଂଗ୍ରାମୀ ବାଳ ପୂଜାରୀ ହାଇସ୍କୁଲ । ଖୋଦ ଗଣଶିକ୍ଷା ମନ୍ତ୍ରୀଙ୍କ ଅଂଚଳ । ହେଲେ ଏଠି ପୂରା ହଡ଼ପ ହୋଇଯାଇଛି ଅନୁଦାନ ଟଙ୍କା । ୬୦ ଲକ୍ଷ ଟଙ୍କାରୁ ୫୫ ଲକ୍ଷ ଟଙ୍କା ସ୍କୁଲ ଆକାଉଣ୍ଟକୁ ଯାଇଛି । ହେଲେ ବିଡମ୍ବନାର କଥା ସ୍କୁଲରେ ପାଚେରୀ ନାହିଁ କି ଗେଟ୍ ନାହିଁ । ଲାଇବ୍ରେରୀଟେ ତିଆରି ହୋଇନି । ଏମିତି କି ସ୍କୁଲର ଗୋଟିଏ ଶୌଚାଳୟ ଟିଏ ମଧ୍ୟ ନାହିଁ । ନିମ୍ନ ମାନର କାମ କରାଯାଇ ଖାଲି ଚୂନ ମାରି ଟଙ୍କା ହରିଲୁଟ କରାଯାଇଛି ବୋଲି କହିଛନ୍ତି ଖୋଦ ପ୍ରଧାନ ଶିକ୍ଷକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us