Advertisment

ଆହୁରି ସୁନ୍ଦର ଦିଶିବ ଭୁବନେଶ୍ବର

କ୍ୟାପିଟାଲ ରିଡେଭଲପମେଣ୍ଟ ପ୍ରୋଜେକ୍ଟରେ ଭୁବନେଶ୍ବର ଅଶୋକ ନଗରରୁ ସଫା ହେବ ୪୧୦ ସରକାରୀ ବାସ ଭବନ । ତିଆରି ହେବ ଅତ୍ୟାଧୁନିକ ଅତିଥି ଭବନ ସହ ଭର୍ଟିକାଲ ମଲ୍ଟିପର୍ପୋସ ବିଲଡିଂ ।

Advertisment

ଆହୁରି ସୁନ୍ଦର ଦିଶିବ ଭୁବନେଶ୍ବର । କ୍ୟାପିଟାଲ ରିଡେଭଲପମେଣ୍ଟ ପ୍ରୋଜେକ୍ଟରେ ତିଆରି ହେବ ନୂଆ ଅତିଥି ଭବନ। ଭୁବନେଶ୍ବର ୟୁନିଟ୍-୨ ଓ ଅଶୋକ ନଗରରେ ୩ ଏକର ଜାଗାରେ ତିଆରି ହେବ ଏହି ଅତିଥି ଭବନ। ଦୁଇ ନମ୍ବର ଅଞ୍ଚଳରେ ସାଧାରଣ ପ୍ରଶାସନ ବିଭାଗ ଅଧିନରେ ଥିବା ମୋଟ ୪୧୦ କ୍ବାର୍ଟରକୁ ଉଚ୍ଛେଦ ପାଇଁ ଜାରି ହୋଇଛି ନୋଟିସ୍। ଯେଉଁ ସରକାରୀ ଅଧିକାରୀ କିମ୍ବା ଘର ଆବଣ୍ଟନ କରାଯାଇଥିବା ବ୍ୟକ୍ତି ଏହି ଘରେ ରହୁଛନ୍ତି ସେମାନେ ୬ ମାସ ଭିତରେ ଘର ଖାଲି କରିବା ପାଇଁ ନିର୍ଦ୍ଦେଶ ରହିଛି। ଇଏ ହେଉଛି ସେହି ନୋଟିସ୍ ଯେଉଁଥିରେ ଭୁବନେଶ୍ବରୀ ପାଢି ନାମକ ଜଣେ ଅଧିକାରୀଙ୍କୁ ନୋଟିସ୍ କରାଯାଇଛି । ସେଥିରେ ଉଲ୍ଲେଖ ରହିଛି ଉଚ୍ଛେଦ ଦ୍ବାରା ପ୍ରଭାବିତ ହେଉଥିଲେ ସେମାନେ ଅନଲାଇନ କିମ୍ବା ଅଫଲାଇନରେ ନୂଆ ସରକାରୀ ବାସଭବନ ପାଇଁ ଆବେଦନ କରିପାରିବେ। ଯେଉଁମାନେ ଆସନ୍ତା ୨୦୨୫ ଡିସେମ୍ବର ୩୧ ସୁଦ୍ଧା ଚାକିରିରୁ ଅବସର ନେବେ ସେମାନେ ଏହି ଆବେଦନ କରିପାରିବେ ନାହିଁ । ଏଭଳି ନୋଟିସ୍ ପାଇବାପରେ ଦୁଇ ନମ୍ବର ଅଞ୍ଚଳରେ ସରକାରୀ ବାସଭବନରେ ରହୁଥିବା ଲୋକେ ସରକାରଙ୍କ ଏଭଳି ସହରୀକରଣ ପ୍ରକଳ୍ପକୁ ସ୍ବାଗତ କରିଛନ୍ତି। 

Advertisment
Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ