Last updated: 20 January 2025, 10:26 PM IST
ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ବାଲିଆପାଳ ବ୍ଲକର ରାସନ କାର୍ଡ ମ୍ୟାନେଜମେଣ୍ଟ ସିଷ୍ଟମରୁ ହସ୍ତଗତ ତଥ୍ୟ ସମସ୍ତଙ୍କୁ ଚମକାଇ ଦେଇଛି। ଜଣେ କି ଦୁଇ ଜଣ ନୁହେଁ ଏଠି ୧୬୫ଜଣ ସରକାରୀ ଚାକିରିଆ ପ୍ରତି ମାସରେ ଘରକୁ ବୁହାଇ ନେଉଛନ୍ତି ରାସନ ସାମଗ୍ରୀ। ରାସନ କାର୍ଡ ନମ୍ବର- ୦୨୦୨୦୧୧୦୪୭୩। ଏ ହେଲେ ଅଲଡିହା ଗାଁର ମକୁନ୍ଦଦେବ ପଦରାୟ, ଜଣେ ଜୁନିଅର ଇଞ୍ଜିନିୟର। ସେମିତି ୧୦ ନମ୍ବରରେ ଥିବା ବଢପାଳ ଗାଁର ଜନ୍ମେଜୟ ପାତ୍ର, ଜଣେ ଜିଏସଟି ଅଫିସର।