ପ୍ରଥମ କିସ୍ତି ପାଇ ବି ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବଞ୍ଚିତ ଅଛନ୍ତି ରାଜ୍ୟର ୧ ଲକ୍ଷ ମହିଳା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏଇ ସୂଚନା ଦେବା ସହ ଏମାନେ କାହିଁକି ବାଦ୍ ପଡ଼ିଛନ୍ତି ତାର କାରଣ ବି ଦର୍ଶାଇଛନ୍ତି । କହିଛନ୍ତି ରାସନକାର୍ଡ ଓ ଇନକମରେ ତାଳମେଳ ଅଭାବରୁ ଏପରି ସ୍ଥିତି ଉପୁଜିଛି ।