Advertisment

Amit Shah: ଶ୍ରୀନଗରରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବୈଠକ

ପର୍ଯ୍ୟଟକଙ୍କ ଉପରେ ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିବା ସହ ଆତଙ୍କୀଙ୍କୁ ଛଡାଯିବନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପହଲଗାମ ଆକ୍ରମଣ ପାଇଁ ଆତଙ୍କୀ ସଙ୍ଗଠନ ଲସ୍କର-ଇ-ତୋଇବା ସମର୍ଥିତ TRF ନିଜକୁ ଦାୟୀ କରିଛି।

Advertisment

ଉପତ୍ୟକାରେ ରକ୍ତର ହୋଲି ଖେଳିଲେ ଆତଙ୍କୀ। ଜମ୍ମୁ କାଶ୍ମୀର ପହଲଗାମରେ ଆତଙ୍କୀଙ୍କ ଅନ୍ଧାଧୁନ୍ ଗୁଳିମାଡ଼ରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ। ପହଲଗାମର ବୈସରନ ଭ୍ୟାଲିରେ ଆତଙ୍କବାଦୀ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ସମୀକ୍ଷା ପାଇଁ ଶ୍ରୀନଗରରେ ପହଁଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ବିଭିନ୍ନ ସୁରକ୍ଷା ଏଜେନ୍ସି ସହ ସେ ଘଟଣା ବାବଦରେ ସମୀକ୍ଷା କରିବେ। ପର୍ଯ୍ୟଟକଙ୍କ ଉପରେ ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିବା ସହ ଆତଙ୍କୀଙ୍କୁ ଛଡାଯିବନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପହଲଗାମ ଆକ୍ରମଣ ପାଇଁ ଆତଙ୍କୀ ସଙ୍ଗଠନ ଲସ୍କର-ଇ-ତୋଇବା ସମର୍ଥିତ TRF ନିଜକୁ ଦାୟୀ କରିଛି।

Advertisment
Amit Shah Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ