ଆଇପିଏସ୍ ମାଲିକ, ଅବସାଦଗ୍ରସ୍ତ ଚାକର । ଗୋଡ଼ରେ ମଲମ ଲଗାଉ ଲଗାଉ, ଜୀବନ ନେଇଗଲା ଘରୋଇ ସହାୟକ । ହତିଆର ଥିଲା ତକିଆ ଓ ଭଙ୍ଗା ସସ୍ ବୋତଲ । ଜାମ୍ମୁ ଓ କାଶ୍ମୀରର ଜେଲ୍ ଡିଜି ହେମନ୍ତ ଲୋହିଆ ହତ୍ୟାକାଣ୍ଡ ଯେତିକି ବିଭତ୍ସ, ହତ୍ୟାକାରୀର କାରନାମା ସେତିକି ନୃଶଂସ । ପୋଲିସର ସୂଚନା ମୁତାବକ, ଗତକାଲି ରାତିରେ ଜଣେ ବନ୍ଧୁଙ୍କ ଜାମ୍ମୁ ସ୍ଥିତ ଘରେ ଶୋଇଥିଲେ ହେମନ୍ତ । ଗୋଡ଼ ଫୁଲିଥିବାରୁ ମଲମ ଘଷୁଥିଲା ମୁଖ୍ୟ ଅଭିଯୁକ୍ତ ୟାସିର ଅହମ୍ମଦ । ପ୍ରାୟ ୬ ମାସ ହେଲା ହେମନ୍ତଙ୍କ ଘରୋଇ ସହାୟକ ଭାବେ କାମ କରୁଥିଲା ୟାସିର । କିନ୍ତୁ ଅଚାନକ୍ ସେ ଭିତରୁ କବାଟ ବନ୍ଦ କଲା, ହେମନ୍ତଙ୍କ ମୁହଁରେ ତକିଆ ଚାପି ଶ୍ୱାସରୁଦ୍ଧ କଲା, ସସ୍ ବୋତଲ ଭାଙ୍ଗି ଧାରୁଆ କାଚରେ ତଣ୍ଟି କାଟିଦେଲା ।