ବର୍ଷାଧିକ କାଳ ଧରି ଚାଲିଛି ବାଦ ବିବାଦ, ଆନ୍ଦୋଲନ ହଙ୍ଗାମା। ଉଚ୍ଛେଦ ହେଉ ୩ କୃଷି ଆଇନ୍। ଆଉ ଏହି ତିନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର।
Published: Otv Khabar Bureau
Last updated: 19 November 2021, 10:03 PM IST
ଗୁରୁ ନାନକ ଦେବଙ୍କ ଜନ୍ମବାର୍ଷିକୀ ଅର୍ଥାତ୍ ଗୁରୁ ପରବ୍ ଅବସରରେ ମୋଦିଙ୍କ ଚମକାଇବା ଭଳି ଘୋଷଣା । ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ବର୍ଷେ ବ୍ୟାପୀ ଚାଲିଥିବା ଅଶାନ୍ତିରେ ଅନ୍ତ ଘଟାଇବା ଲାଗି କେନ୍ଦ୍ର ପକ୍ଷରୁ ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତି ନିଆଯାଇଛି ।