Advertisment

Pahalgam Terrorist Attack Tragedy: ପହଲଗାମରେ ରକ୍ତର ହୋଲି ଖେଳି ୨୮ ଜୀବନ ନେଇଗଲେ ଆତଙ୍କୀ

ପହଲଗାମରେ ଆତଙ୍କୀ ଖେଳିଛନ୍ତି ରକ୍ତର ହୋଲି । ଅନ୍ଧାଧୁନ ଗୁଳି କରି ନେଇଛନ୍ତି ୨୮ଟି ଜୀବନ । ତା'ଭିତରେ ରହିଛନ୍ତି ଜଣେ ନୌସେନା ଅଧିକାରୀ, ଜଣେ ବାୟୁସେନା ଅଧିକାରୀ ଓ ଜଣେ ଗୁଇନ୍ଦା ଅଧିକାରୀ ।

Advertisment

ପହଲଗାମରେ ଆତଙ୍କୀ ଖେଳିଛନ୍ତି ରକ୍ତର ହୋଲି । ଅନ୍ଧାଧୁନ ଗୁଳି କରି ନେଇଛନ୍ତି ୨୮ଟି ଜୀବନ । ତା'ଭିତରେ ରହିଛନ୍ତି ଜଣେ ନୌସେନା ଅଧିକାରୀ, ଜଣେ ବାୟୁସେନା ଅଧିକାରୀ ଓ ଜଣେ ଗୁଇନ୍ଦା ଅଧିକାରୀ । ନର ପିଶାଚ ପାଲଟିଥିବା ଆତତାୟୀଙ୍କ ଗୁଳି ବିଧବା କରିଦେଇଛି ମାତ୍ର ୭ଦିନ ତଳେ ବିବାହ କରିଥିବା ଜଣେ ଯୁବତୀଙ୍କୁ ।

Advertisment

କିଏ ହନିମୁନରେ ଆସିଥିଲା ତ କିଏ ପରିବାର ସହ ଛୁଟି କଟାଇବାକୁ । ହେଲେ ଶେଷ ଯାତ୍ରା ପାଲଟିଯାଇଛି ପହଲଗାମ ବୁଲା । ଏହି ୧୬ରେ ମଥାରେ ସିନ୍ଦୂର ପିନ୍ଧି ସଧବା ସାଜିଥିଲେ ହିମାଂଶୀ । ହାତରେ ଶଙ୍ଖା ଏବଂ ବିନୟଙ୍କ ନାଁର ପିନ୍ଧିଥିଲେ ମେହେନ୍ଦୀ । ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥିଲେ ସ୍ବାମୀ । ହେଲେ ସାତ ଦିନ ବି ସାଥୀ ହୋଇ ରହିପାରିଲେନି । ହାତରୁ ମେହେନ୍ଦି ନଲିଭୁଣୁ ଲିଭିଗଲା ସିନ୍ଦୂର ।

Jammu Kashmir Pahalgam Terrorist Attack Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ