Advertisment

ସାରା ବିଶ୍ୱ ଦେଖିଲା ଭାରତର ଶୌର୍ଯ୍ୟ ଓ ପରାକ୍ରମ

ଅମୃତକାଳର ସାଧାରଣତନ୍ତ୍ର ଦିବସ ସମାରୋହରେ ଭାରତର ଐତିହାସିକ ପରାକ୍ରମ ପ୍ରଦର୍ଶନ । ସାରା ବିଶ୍ୱ ଦେଖିଲା ଭାରତୀୟ ନାରୀଶକ୍ତିର ପରାକାଷ୍ଠା।

Advertisment

ଏଥର ସାଧାରଣତନ୍ତ୍ର ଦିବସରେ ମିଲିଟାରୀ ବ୍ୟାଣ୍ଡ୍ ବଦଳରେ, ପ୍ରଥମ ଥର ପାଇଁ ସମାରୋହ ଆରମ୍ଭ କରିଥିଲେ ମହିଳା ବାଦ୍ୟକାରଙ୍କୁ ନେଇ ଗଠିତ ଆବାହନ
ଗ୍ରୁପ୍। ଶହେ ଜଣ ମହିଳା କଳାକାରଙ୍କ ଶଙ୍ଖଧ୍ୱନି, ନାଦସ୍ୱରମ ଓ ନାଗରା ଆଦିରେପ୍ରକଂପିତ ହୋଇଥିଲା ଦିଲ୍ଲୀର କର୍ତ୍ତବ୍ୟପଥ। ଦେଶବାସୀଙ୍କ ଛାତି ସେତେବେଳେ ଗର୍ବରେ ଫୁଲି ଉଠିଥିଲା, ଯେତେବେଳେ ଭାରତର ମହିଳା ରାଷ୍ଟ୍ରପତି ଗ୍ରହଣ କରିଥିଲେ ଅଲ୍-ୱିମେନ ଟ୍ରାଇସର୍ଭିସ କଣ୍ଟିନଜେଣ୍ଟର ଅଭିବାଦନ । ଇତିହାସରେ ପ୍ରଥମ ଥର ପାଇଁ ଏକାଠି ପରେଡ୍ କରିଥିଲେ ଜଳ, ସ୍ଥଳ ଓ ବାୟୁସେନାର ମହିଳା ଅଫିସର୍। ନେତୃତ୍ୱ ନେଇଥିଲେ ଆର୍ମି ମିଲିଟାରୀ ପୋଲିସର କ୍ୟାପଟେନ ସନ୍ଧ୍ୟା। ଏକତା
ଓ ସାମର୍ଥ୍ୟକୁ ଦର୍ଶାଉଥିବା ଏହି ୩ ବାହିନୀ ମିଳିତ ପରେଡର ବାର୍ତ୍ତା ଥିଲା ସେବା ତଥା ସହାୟତା ।

Advertisment
Delhi Republic Day Parade India News Republic Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ