Advertisment

ପାକିସ୍ତାନକୁ ପିଏମ୍ ମୋଦିଙ୍କ କଡ଼ା ମେସେଜ୍

କାଲି ଭୁଜ୍-ଆଜି ଗାନ୍ଧିନଗରରୁ ପାକିସ୍ତାନକୁ ମୋଦିଙ୍କ ନିଶାନା। ଶତ୍ରୁରାଷ୍ଟ୍ର ପାକିସ୍ତାନକୁ ପିଏମ୍ ମୋଦିଙ୍କ କଡ଼ା ମେସେଜ୍। ପହଲଗାମ୍ ଆସ୍ପର୍ଦ୍ଧାରୁ ଭାଙ୍ଗିଛି ତମ ଅଣ୍ଟା: ପିଏମ୍ ମୋଦି। ଏଥର ଇଟାର ଜବାବ ପଥରରେ ଦେବୁ କହିଲେ ପ୍ରଧାନମନ୍ତ୍ରୀ

Advertisment

ପହଲଗାମ୍ ଆସ୍ପର୍ଦ୍ଧା ପରେ ପାକିସ୍ତାନର ଅଣ୍ଟା ଭାଙ୍ଗି ଦେଇଥିବା ଭାରତ, ଏବେ ପୁଣି ପଡ଼ୋଶୀ ଦେଶକୁ ଦେଇଛି କଡ଼ା ମେସେଜ୍। ଗତ ଦୁଇ ଦିନ ଧରି ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ବିଭିନ୍ନ ଜନସଭାରେ ସମ୍ବୋଧନ ବେଳେ ଆତଙ୍କବାଦୀ, ପାକିସ୍ତାନ ସରକାର ଆଉ ପାକିସ୍ତାନୀ ନାଗରିକଙ୍କୁ ଚେତାଇ ଦେବା ସହ ସେମାନଙ୍କ ଉଦ୍ଦେଶ୍ୟରେ ରଖିଛନ୍ତି ଶକ୍ତ ଚେତାବନୀ। ଆତଙ୍କବାଦୀଙ୍କୁ ପାଳିପୋଷି, ପାକିସ୍ତାନ ଯେଉଁ ଭାରତ ବିରୋଧୀ ରଣନୀତି ଜାରି ରଖିଛି, ସେଥିରେ ପୂର୍ଣ୍ଣଚ୍ଛେଦ ପକାଉ, ନହେଲେ ଇଟାର ଯବାବ ପଥରରେ ଦିଆଯିବ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ମୋଦି ।

Advertisment
Narendra Modi Pakistan Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ