Advertisment

ଜାନୁଆରୀ ୨୨ରେ ପୁଣିଥରେ ଦୀପାବଳି ପାଳିବ ସାରା ଦେଶ

ମୋଦି ମୋଦି ନାରାରେ କଂପିଲା ରାମନଗରୀ ଅଯୋଧ୍ୟା। ଜାନୁଆରୀ ୨୨ରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ, କୁହାଯାଇପାରେ ଯେ ତା ପୂର୍ବରୁ ଅଯୋଧ୍ୟା ପାଇଁ ଆଜିଥିଲା ସବୁଠୁ ବଡ଼ ଦିନ।

Advertisment

ଜାନୁଆରୀ ୨୨ରେ ପୁଣିଥରେ ଦୀପାବଳି ପାଳିବ ସାରା ଦେଶ। ଘରେ ଘରେ ଜଳିବ 'ରାମ ଜ୍ୟୋତି', ସୃଷ୍ଟି ହେବ ତ୍ରେତୟାର ଭ୍ରମ। ୫ ଶହ ବର୍ଷ ପରେ ଭବ୍ୟ ମନ୍ଦିରରେ ବିରାଜିବେ ରାମଲାଲା। ଅଯୋଧ୍ୟା ମଞ୍ଚରୁ ଦେଶବାସୀଙ୍କୁ ମୋଦି ଦେଲେ ସ୍ୱତନ୍ତ୍ର ଆହ୍ୱାନ। ଆଜି ସକାଳୁ ସକାଳୁ ଉତ୍ସବମୁଖର ହୋଇଉଠିଥିଲା ରାମନଗରୀ ଅଯୋଧ୍ୟା । ଖାଲି ପ୍ରଧାନମନ୍ତ୍ରୀଙ୍କୁ ନୁହେଁ, ରାମମନ୍ଦିର ସ୍ୱପ୍ନକୁ ସାକାର କରିଥିବା ପିଏମ୍ ମୋଦିଙ୍କୁ ପୁଷ୍ପବୃଷ୍ଟି କରି ସ୍ୱାଗତ କରିଥିଲେ ଅଯୋଧ୍ୟାବାସୀ । ମୋଦିଙ୍କ ରୋଡ ଶୋ' ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ସମବେତ ହୋଇଥିଲେ ଅଗଣିତ ଜନତା । ତାସହ ଭଳିକି ଭଳି ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର । ବାବ୍ରି ମସଜିଦର ପୂର୍ବତନ ପିଟିସନର ଇକବାଲ୍ ଅନସାରୀ ମଧ୍ୟ ନିଜ ସାଥୀଙ୍କ ସହ ପୁଷ୍ପବୃଷ୍ଟି କରି ମୋଦିଙ୍କୁ ସ୍ୱାଗତ କରିଥିଲେ ଅଯୋଧ୍ୟା ଧାମକୁ। ଏହାପରେ ଲତା ମଙ୍ଗେସକର ଚୌକରେ ମୋଟରକେଡରୁ ଓହ୍ଲାଇ ବିଶାଳ ବୀଣାର ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ। ପରେ ପହଞ୍ଚିଥିଲେ ୨୪୦ କୋଟି ଟଙ୍କାରେ ନବନିର୍ମିତ ବିଶ୍ୱସ୍ତରୀୟ ଅଯୋଧ୍ୟା ଧାମ ଜଙ୍କସନରେ । ଅତ୍ୟାଧୁନିକ ଭିତ୍ତିଭୂମି ବିଶିଷ୍ଟ ଏହି ରେଳ ଷ୍ଟେସନର ଲୋକାର୍ପଣ ସହ, ପତାକା ହଲାଇ ୬ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ଓ ୨ଟି ନୂଆ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିଥିଲେ ମୋଦି। ଏହାପରେ ଅମୃତ ଭାରତ ଟ୍ରେନ ବଗି ଭିତରକୁ ଯାଇ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ପିଏମ୍ ମୋଦି।

Advertisment
Ram Mandir India News Narendra Modi Ayodhya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ