Advertisment

ପିଓକେର ହଜାରେରୁ ଅଧିକ ମାଦ୍ରାସା ୧୦ ଦିନ ପାଇଁ ବନ୍ଦ

ପାକିସ୍ତାନ କଶ୍ମୀର ଅଧିକୃତ ଏଲଓସି ଅଞ୍ଚଳରେ ରହୁଥିବା ଲୋକଙ୍କୁ ଖାଦ୍ୟ, ଔଷଧ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକ ସରକାର।

Advertisment

ଯୁଦ୍ଧ ଭୟରେ ଛାନିଆ ପାକିସ୍ତାନ। ପିଓକେର ହଜାରେରୁ ଅଧିକ ମାଦ୍ରାସା ୧୦ ଦିନ ପାଇଁ ବନ୍ଦ ।  ଦୁଇ ମାସର ଖାଦ୍ୟ ମହଜୁଦ ରଖିବାକୁ ନିର୍ଦ୍ଦେଶ । ପହଲଗାମ ହମ୍‌ଲା ପରେ ଏବେ ପାକିସ୍ତାନକୁ ଘାରିଲାଣି ଯୁଦ୍ଧ ଭୟ। ଭାରତ ଆରମ୍ଭ କଲାଣି ସମରାଭ୍ୟାସ। ଯେକୌଣସି ମୁହୂର୍ତ୍ତରେ କରିପାରେ ଆଟାକ୍‌। ଭାରତର ଉଗ୍ର ରୂପ ଦେଖି ପାକିସ୍ତାନ ହଜିଲାଣି ନିଦ। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ଚଳାଇଲାଣି ଆଗୁଆ ପ୍ରସ୍ତୁତି। ୨ ମାସର ଖାଦ୍ୟ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଲାଣି।

Advertisment

ପାକିସ୍ତାନ କଶ୍ମୀର ଅଧିକୃତ ଏଲଓସି ଅଞ୍ଚଳରେ ରହୁଥିବା ଲୋକଙ୍କୁ ଖାଦ୍ୟ, ଔଷଧ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକ ସରକାର। ଭାରତ ସୀମାବର୍ତ୍ତି ଅଞ୍ଚଳରେ ଥିବା ୧୩ ଜିଲ୍ଲା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିସହ ୧୦୦ କୋଟିର ଜରୁରୀକାଳୀନ ପାଣ୍ଠି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପିଓକେ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱାର ଉଲ ହକ୍।

Pakistan Occupied Jammu And Kashmir Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ