ବିରୋଧୀଙ୍କ ପ୍ରବଳ ବିରୋଧ ମଧ୍ୟରେ ଲୋକସଭାରେ ଆଗତ ହୋଇଛି ୱାନ୍ ନେସନ୍, ୱାନ୍ ଇଲେକ୍ସନ୍ ବିଲ୍ । ସଂସଦରେ ପ୍ରଥମ ଥର ପାଇଁ ଇ-ଭୋଟିଂ ହୋଇ, ସଂଖ୍ୟାଗରିଷ୍ଠ ସମର୍ଥନ ଆଧାରରେ ଏହାକୁ ଆଗତ କରାଯାଇଛି ଏବଂ ବିସ୍ତୃତ ଆଲୋଚନା ପାଇଁ ପଠାଯାଇଛି ଯୁଗ୍ମ ସଂସଦୀୟ କମିଟି- JPCକୁ । ସାରା ଦେଶରେ ଏକକାଳୀନ ନିର୍ବାଚନ ହେଲେ ପ୍ରଶାସନିକ କାର୍ଯ୍ୟକାରିତା ସହ ଭୋଟ୍ ହାର ବଢ଼ିବ ଏବଂ ନିର୍ବାଚନ ବାବଦ ଖର୍ଚ୍ଚ କମିବ ବୋଲି ଶାସକ ମେଣ୍ଟ ପକ୍ଷରୁ କୁହାଯାଉଥିବା ବେଳେ, ବିରୋଧୀ ଏହାକୁ ଅଣସାମ୍ବିଧାନିକ ବୋଲି ଯୁକ୍ତି ବାଢ଼ୁଛନ୍ତି । ସେପଟେ ଏହି ସମ୍ବିଧାନ ସଂଶୋଧନ ବିଲକୁ ଆଇନରେ ପରିଣତ କରିବା ପାଇଁ ସବୁ ପର୍ଯ୍ୟାୟରେ ଦୁଇ ତୃତୀୟାଂଶ ଭୋଟ୍ ଆବଶ୍ୟକ ଥିବାରୁ, ଏଥିପାଇଁ ଶାସକ ଦଳକୁ ବହୁ କସରତ କରିବାକୁ ପଡ଼ିବ ବୋଲି କୁହାଯାଉଛି ।