ଜନ୍ମରୁ ଦିବ୍ୟାଙ୍ଗ ନଥିଲେ । ହେଲେ ସମୟ ସଜାଇ ଦେଲା ଭିନ୍ନକ୍ଷମ । ଏବେ ଦୁଇ ଗୋଡ ନାହିଁ । କି ଗୋଟିଏ ହାତ ମଧ୍ୟ ନାହିଁ । ତଥାପି ରଚିଛନ୍ତି ବିଶ୍ୱ ରେକର୍ଡ । କୃତ୍ରିମ ଅଙ୍ଗ ଦ୍ୱାରା ଏଭରେଷ୍ଟ ଚଢ଼ି ବିଶ୍ୱ ରେକର୍ଡ କରିଛନ୍ତି ଟିଙ୍କେଶ କୌଶିକ । ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ ବୋଲି ସେ ପ୍ରମାଣିତ କରିଛନ୍ତି । ଆଉ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ଦୁନିଆର ପ୍ରଥମ 'ଟ୍ରିପଲ୍ ଆମ୍ପ୍ୟୁଟି' ଭାବରେ ରେକର୍ଡ କରିଛନ୍ତି ଟିଙ୍କେଶ । ଏବେ ତାଙ୍କୁ ବୟସ ୩୦ ବର୍ଷ । ଟିଙ୍କେଶଙ୍କୁ ଯେତେବେଳେ ୯ ବର୍ଷ ବୟସ ହୋଇଥିଲା । ସେହି ସମୟରେ ବିଦ୍ୟୁତ୍‌ ଆଘାତରେ ଦୁଇଟି ଗୋଡ଼ ଓ ଗୋଟିଏ ହାତ ହରାଇଥିଲେ । ଯାହାକୁ ନେଇ ପରିବାର ଚିନ୍ତାରେ ଥିଲା । ହେଲେ ସେହି ପୁଅର ଏତେ ବଡ଼ ସଫଳତା ପରେ ଏବେ ସବୁଠି ଚର୍ଚ୍ଚା ।