Mehul Choksi Extradition to India
ଭାରତ ପ୍ରତ୍ୟର୍ପଣ ହେବେ କି ମେହୁଲ ଚୋକସି ? ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍ ପିଏନବି ଘୋଟାଲାର ଅଭିଯୁକ୍ତ ମେହୁଲ ଚୋକସୀ ବେଲଜିୟମରେ ଗିରଫ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଗତ ୧୧ ତାରିଖ ଦିନ ମେହୁଲଙ୍କୁ ଗିରଫ କରିଛି ବେଲଜିୟମ ପୋଲିସ୍। ଭାରତ ସରକାରଙ୍କ ନିବେଦନ ପରେ ତାଙ୍କୁ ଗିରଫ କରାଯାଇଛି।
ଖୁବ୍ଶୀଘ୍ର ତାଙ୍କୁ ଭାରତ ଫେରାଇ ଆଣିବାକୁ ବେଲଜିୟମକୁ ନିବେଦନ କରାଯାଇପାରେ। ଯଦି, ଏପରି ହୁଏ ତା ହେଲେ ଚୋକସି ଭାରତ ଫେରିବା ସମ୍ଭାବନା ଅନେକ ରହିଛି। କାରଣ, ଭାରତ-ବେଲଜିୟମ୍ ଭିତରେ ପ୍ରତ୍ୟର୍ପଣ ଚୁକ୍ତି ରହିଛି। ମୁମ୍ବାଇ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ-ପିଏନବିରୁ ୧୩ ହଜାର ୫୦୦ କୋଟି ଟଙ୍କା ଠକେଇରେ ଅଭିଯୁକ୍ତ ରହିଛନ୍ତି ଚୋକସୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us