Last updated: 15 February 2025, 11:18 AM IST
ଶିବଲିଙ୍ଗ ନିକଟରେ ପଡିଲା ମାଂସ ଖଣ୍ଡ । ଯାହାକୁ ଦେଖି ଭକ୍ତମାନେ ଚକିତ ହୋଇଯାଇଛନ୍ତି । ତେବେ ଏମିତି କୁକର୍ମ କରିବାକୁ କିଏ କଲା ହୁଃସାହସ । ସତ ଘଟଣା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ହାଇଦ୍ରାବାଦର ଟାପ୍ପାଚବୁତରା ଅଞ୍ଚଳରେ ରହିଥିବା ଜୀରା ହନୁମାନ ମନ୍ଦିର ପରିସରରେ ଏଭଳି ଘଟଣା ଦେଖବାକୁ ମିଳିଥିଲା ।
ମିଳିଥିବା ସୂଚନା ଅନୁସାରେ, ଶିବଲିଙ୍ଗ ନିକଟରେ ୨୫୦ ଗ୍ରାମ ଓଜନର ମାଂସ ଖଣ୍ଡ ମିଳିବାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା । ବୁଧବାର ମନ୍ଦିର ଭିତରକୁ ଆସି ପୂଜକ ପ୍ରଥମେ ଏହି ଘଟଣା ଦେଖିଥିଲେ। ସେ ମନ୍ଦିର କମିଟି ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ଏହି ଘଟଣା ସମ୍ପର୍କରେ ଜଣା ପଡିବା ପରେ ମନ୍ଦିର ବାହାରେ ଭିଡ ଜମିଥିଲା । ଲୋକମାନେ ମନ୍ଦିର ବାହାରେ ଏକାଠି ହୋଇ ପ୍ରତିବାଦ କରିବା ଆରମ୍ଭ କରିଥିଲେ। ଆଉ ଏ ଘଟଣାର ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା ।