Advertisment

ସାକାର ହେବ ୫ଶହ ବର୍ଷର ସ୍ବପ୍ନ ଓ ସଂଘର୍ଷ

ସାକାର ହେବାକୁ ଯାଉଛି କୋଟି କୋଟି ରାମଭକ୍ତଙ୍କ ଶତାବ୍ଦୀ ପୁରୁଣା ସ୍ୱପ୍ନ। ଭବ୍ୟ ଓ ଦିବ୍ୟ ସ୍ୱରୂପ ନେଇ ଉଦଘାଟିତ ହେବାକୁ ଯାଉଛି ଅଯୋଧ୍ୟା ରାମ ମନ୍ଦିର। ଆସନ୍ତାବର୍ଷ ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାମ ମନ୍ଦିରର ଉଦଘାଟନ କରିବେ।

Advertisment

୫୦୦ ବର୍ଷ ପରେ ନିଜ ମୂଳ ଆସ୍ଥାନରେ ବିରାଜିବେ ରାମଲାଲା। ସାକାର ହେବ ଶହ ଶହ ବର୍ଷର ସ୍ୱପ୍ନ, ସଂଘର୍ଷ ଓ ସଂକଳ୍ପ। ସଫଳ ହେବ ଅଗଣିତ ରାମଭକ୍ତଙ୍କ ଶ୍ରଦ୍ଧା, ନିଷ୍ଠା ଓ ତ୍ୟାଗ। ସ୍ୱରୂପ ନେବ ଭାରତବର୍ଷର କୋଟି ହିନ୍ଦୁଙ୍କ ସ୍ୱପ୍ନ- ଅଯୋଧ୍ୟା ରାମମନ୍ଦିର । ୨୦୨୪ ମସିହା ଜାନୁଆରୀ ୨୨, ସୋମବାର । ପୌଷ ଶୁକ୍ଳ କୁର୍ମ ଦ୍ୱାଦଶୀର ପବିତ୍ର ତିଥିରେ ଅଯୋଧ୍ୟାରେ ନବନିର୍ମିତ ଭବ୍ୟ-ଦିବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା ହେବ ବୋଲି ଘୋଷଣା ହେବା ପରେ, ଉତ୍ସାହରେ ଉଛୁଳି ଉଠୁଛି ସାରା ଦେଶ।

Advertisment

୨୦୨୦ ମସିହା ଅଗଷ୍ଟ ୫ ତାରିଖ। ସ୍ୱହସ୍ତରେ ରାମ ମନ୍ଦିରର ଭୂମିପୂଜନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ଏବେ ଅଢ଼େଇ ଏକର ଜାଗାରେ ନିର୍ମାଣାଧୀନ ୩ ମହଲାଯୁକ୍ତ ବିଶାଳ ମନ୍ଦିରର କାମ ଜୋରସୋରରେ ଚାଲିଛି । ଡିସେମ୍ବର ସୁଦ୍ଧା ସରିଯିବ ଗର୍ଭଗୃହ ସମେତ ପ୍ରଥମ ମହଲା ନିର୍ମାଣ କାମ। ମନ୍ଦିରର ଛାତ କାମ ୯୦ ପ୍ରତିଶତ ସରିଥିବା ବେଳେ, ଭୂତଳ ଖମ୍ବରେ ଦେବଦେବୀଙ୍କ ମୂର୍ତ୍ତି ଖୋଦେଇ ଚାଲିଛି। ମନ୍ଦିର ପ୍ରତିଷ୍ଠା ପାଇଁ ହାତରେ ଆଉ ପ୍ରାୟ ୩ ମାସ ଥିବା ବେଳେ, ଏବେଠୁ ଦେଶର ହଜାର ହଜାର କରସେବକଙ୍କ ଖୁସିର ସୀମା ନାହିଁ । ଯେଉଁମାନେ ୯୦ ଦଶକର ପୋଲିସର ଗୁଳି ଓ ଲାଠିମାଡ଼ ସହି କଠିନ ସଂଘର୍ଷ କରିଥିଲେ ଏହି ରାମମନ୍ଦିର ନିର୍ମାଣ ପଥ ଉନ୍ମୁକ୍ତ କରିବା ଲାଗି ।

Ram Mandir India News Ayodhya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ