Advertisment

ଖାଲି ଅଭୟାଙ୍କ ପରିବାରର ଖୁସି ଉଜୁଡ଼ିନି । ଛାରଖାର ହୋଇଯାଇଛି ଦୁଇ ଦୁଇଟି ପରିବାରର ସୁଖ

ଚାରି କାନ୍ଥ ଭିତରେ ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ସଞ୍ଜୟର ମାଆ।

Advertisment

ଖାଲି ଅଭୟାଙ୍କ ପରିବାରର ଖୁସି ଉଜୁଡ଼ିନି । ଛାରଖାର ହୋଇଯାଇଛି ଦୁଇ ଦୁଇଟି ପରିବାରର ସୁଖ । ମୁଣ୍ଡଟେକି ବାଟ ଚାଲି ପାରୁନାହାନ୍ତି ଅଭିଯୁକ୍ତ ସଞ୍ଜୟ ରାୟର ଭଉଣୀ ଓ ବିଧବା ମାଆ। ସଞ୍ଜୟ ଗିରଫ ହେବା ପରେ, ସେମାନଙ୍କ ମନୋଦଶା ଜାଣିବାକୁ ସଞ୍ଜୟର ଘରେ ପହଞ୍ଚିଥିଲା ଓଟିଭି ଟିମ୍। ଚାରି କାନ୍ଥ ଭିତରେ ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ସଞ୍ଜୟର ମାଆ। ପୁଅର କୁକର୍ମ ପାଇଁ ଫାଟକରୁ ତାଲା ଫିଟୁନି। ପଦାକୁ ଗୋଡ଼ କାଢ଼ିଲେ ଖାଇ ଗୋଡ଼ାଉଛି ଟାହିଟାପରା, ଲୋକଲଜ୍ଜା। ଘଟଣା ପରଠୁ ଘରକୁ ଝିଅ-ଜ୍ୱାଇଁ ବି ଆସୁନାହାନ୍ତି। ସେ ବିଶ୍ୱାସ କରିପାରୁନାହାନ୍ତି, ଯେଉଁ ପୁଅକୁ ଅନ୍ତଚିରି ଜନ୍ମ ଦେଇଥିଲେ, ସେ ପୁଅ ଏଭଳି କାମ କରିଥିବ ବୋଲି। ଆଉ ଏପଟେ ସଞ୍ଜୟଙ୍କ ବିବାହିତା ବଡ଼ ଭଉଣୀ କହିଛନ୍ତି, ଭଗବାନ କୁହାଯାଉଥିବା ଜଣେ ଡାକ୍ତର ସହ ସେ ଏପରି କାମ କେମିତି କରିପାରିଲା ଭାବି ବେଶି କଷ୍ଟ ହେଉଛି। ମୋ ଭାଇ ଯଦି ଏଭଳି ଖରାପ କାମ କରିଛି, ତାକୁ ଆଇନ ଅନୁସାରେ, ଯାହା ଉଚିତ ଶାସ୍ତି ଦିଆଯାଉ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ