ମା’ ତୋ ଆଖିରୁ ତୁ ଲୁହ ଝରାନା... ତୁ ଆଉ ମନଉଣା କରନା... ତୁ ଜନ୍ମ ଦେଇଥିବା ଏ ପୁଅ ତୋ ସାଥିରେ ଅଛି । ତତେ କଷ୍ଟକୁ ଦୂର କରିବ । ତୋ କୋଳରେ ଖେଳିବ । ତୋ ସମ୍ମାନକୁ ଉଚ୍ଚ କରି ସାରା ବିଶ୍ବରେ ତୋ ନାଁକୁ ଚମକାଇବ । ଭାରତ ମା’ ଲୋ ମୁଁ ତୋ ପୁଅ କହୁଛି, ଛାଡ଼ିବିନି କାହାକୁ ଛାଡ଼ିବିନି ସବୁର ଗୋଟିଗୋଟି କରି ହିସାବ ନେବି । ଆଙ୍ଗୁଠିରେ ନାଁ ଗଣିଗଣି ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇବି । ଶତ୍ରୁର ପାଟିରୁ ତୋ ନାଁ ଧରେଇ ଦେବିନି । ତୋ ନାଁକୁ କେବେ ତଳେ ପକାଇ ଦେବିନି । ତୋ ଉପରେ କାହାର ନଜର ପଡ଼ିଲେ ତା’କୁ ବଞ୍ଚିବାକୁ ଦେବିନି । ତାକୁ ତିଳତିଳ କରି ମାରିବି... ମରିବା ବଞ୍ଚିବା ତା’ର ସମାନ କରିଦେବି ।