Last updated: 16 November 2022, 09:33 PM IST
ଇଣ୍ଡୋନେସିଆ ରାଷ୍ଟ୍ରପତି ମୋଦିଙ୍କୁ ପ୍ରେସିଡେନ୍ସି ବ୍ୟାଟନ୍ ହସ୍ତାନ୍ତର କରିଛନ୍ତି । ଆସନ୍ତା ବର୍ଷ ଭାରତ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିବ । ଦେଶର ବିଭିନ୍ନ ସହରରେ ବୈଠକ ଆୟୋଜନ କରାଯିବ । ମହିଳାଙ୍କ ନେତୃତ୍ୱରେ ବିକାଶ ଭାରତ ପାଇଁ ଜି-୨୦ର ଏଜେଣ୍ଡା ହେବ ଓ ଡିଜିଟାଲ ବିଭେଦ ଦୂର ଲାଗି ଭାରତ ସେତୁ ଭଳି କାମ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।