Advertisment

‘ଜମ୍ମୁ-କାଶ୍ମୀର ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗ ଦ୍ୱିପାକ୍ଷିକ’

ଅପରେସନ୍ ସିନ୍ଦୂର ଆରମ୍ଭ ହେବାଠୁ ଅସ୍ତ୍ରବିରତି ପର୍ଯ୍ୟନ୍ତ ଆମେରିକା ସହ ଟ୍ରେଡ୍ ବା ବାଣିଜ୍ୟ ବିଷୟରେ କୌଣସି ଆଲୋଚନା ହୋଇନି ବୋଲି ସେ ସ୍ପଷ୍ଟ କରିଛନ୍ତି ।

Advertisment

ଜାମ୍ମୁ-କାଶ୍ମୀର କିମ୍ବା ପିଓକେ ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷକୁ ପ୍ରଶ୍ରୟ ଦେବନି ଭାରତ । ଜମ୍ମୁ-କାଶ୍ମୀର ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗ ଦ୍ୱିପାକ୍ଷିକ । ଆମର ଏକ ଦୀର୍ଘକାଳୀନ ଜାତୀୟ ନୀତି ଅଛି । ସେହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ । ସେ କହିଛନ୍ତି ଯେ, ଏବେ ଏହି ପ୍ରସଙ୍ଗରେ ଏକମାତ୍ର ବାକି ଥିବା ବିଷୟ ହେଉଛି ପାକିସ୍ତାନ ଦ୍ୱାରା ଅବୈଧ ଭାବେ ଅଧିକୃତ ଭାରତୀୟ ଅଞ୍ଚଳକୁ ମୁକ୍ତ କରିବା। ଅପରେସନ୍ ସିନ୍ଦୂର ଆରମ୍ଭ ହେବାଠୁ ଅସ୍ତ୍ରବିରତି ପର୍ଯ୍ୟନ୍ତ ଆମେରିକା ସହ ଟ୍ରେଡ୍ ବା ବାଣିଜ୍ୟ ବିଷୟରେ କୌଣସି ଆଲୋଚନା ହୋଇନି ବୋଲି ସେ ସ୍ପଷ୍ଟ କରିଛନ୍ତି । 

Advertisment
India Pakistan Occupied Jammu And Kashmir Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ