Advertisment

ପହଲଗାମ୍ ହମଲା ଜବାବରେ ଭାରତର ବଡ଼ ଆକ୍ସନ ତୟାରି

ପହଲଗାମ୍ ଆତଙ୍କୀ ନରସଂହାର ଜବାବରେ କିଛି ଗୋଟେ ବଡ଼ ହେବ, ଖୁବଶୀଘ୍ର ହେବ । ଇଏ ତାର ଚାରି ବଡ଼ ସଂକେତ- ସୀମାରେ ସମରସଜ୍ଜା, ବଙ୍କର ପ୍ରସ୍ତୁତି...ସମୁଦ୍ରରେ ସମରାଭ୍ୟାସ, ଆଣ୍ଟି ସିପ୍ ମିଜାଇଲ୍ ଟେଷ୍ଟ୍...ନୌସେନାକୁ ରାଫେଲ୍ ବଳ ଦେବାକୁ ବଡ଼ ଡିଲ୍...ଆଉ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ରୁଦ୍ଧଦ୍ବାର ବୈଠକ ।

Advertisment

ପହଲଗାମ୍ ଆତଙ୍କୀ ନରସଂହାର ପରେ ଖୁବଶୀଘ୍ର ବଡ଼ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତିରେ ଭାରତ । ସୀମାରେ ଖୋଜି ଖୋଜି ଆତଙ୍କୀ ଆଡ୍ଡା ଧ୍ବଂସ ଚାଲିଛି ତ ଏପଟେ ସର୍ବୋଚ୍ଚସ୍ତରରେ ଚାଲିଛି ଘନ ଘନ ବୈଠକ। ଏସବୁ ଭିତରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦୀର୍ଘ ୪୦ ମିନିଟ୍ ଧରି ଆଲୋଚନା କରିଛନ୍ତି । ସେପଟେ କୁଟନୈତିକ ମାଷ୍ଟର ଷ୍ଟ୍ରୋକ୍ ପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରି ଭାରତ ସରକାର ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଥିବାରୁ ବଡ଼ କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ବେଶି ବଢ଼ିଛି ।

Advertisment
Pahalgam Terrorist Attack Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ