ଅଦ୍ୟତନ ହୋଇଛି
India Pakistan Conflict
Advertisment
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କଡ଼ା କାର୍ଯ୍ୟାନୁଷ୍ଠାନ ପାକିସ୍ତାନରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ଭାରତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା, ସେନାକୁ ମୁକ୍ତ ହାତ ଦେଇଦବା, ଘନ ଘନ ଯୁଦ୍ଧାଭ୍ୟାସ କରିବା ପାକିସ୍ତାନୀ ସାମରିକ ନେତୃତ୍ୱକୁ ଚିନ୍ତିତ କରିଛି । ଯାହାକୁ ନେଇ ପୁଣିଥରେ ପାକିସ୍ତାନୀ ସେନା ରାୱଲପିଣ୍ଡିରେ ଏକ ବୈଠକ କରିଥିଲା । ଯେଉଁଥିରେ ଯୋଗ ଦେଇଥିଲେ ଆର୍ମି ଚିଫ୍ ଅସୀମ ମୁନିରଙ୍କ ସମେତ ବରିଷ୍ଠ ସାମରିକ ଅଧିକାରୀ । ଏହି ସମୟରେ, ମୁନୀର ସମେତ ବରିଷ୍ଠ ସାମରିକ ଅଧିକାରୀଙ୍କ ଗମ୍ଭୀର ମୁହଁରେ ଡର ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us