Major Strike
ଭାରତ ସରିଲାଣି ସମସ୍ତ ପ୍ରସ୍ତୁତି ! ଆଉ ଚାଲିବନି ଆତଙ୍କବାଦୀଙ୍କ ଚାଲ୍ ! ଖିନଭିନ୍ ହେବ ଆତଙ୍କୀ ସାମ୍ରାଜ୍ୟ ? ଭାରତ କରିବ ବଡ଼ ହମଲା ? ଆକ୍ସନ ପାଇଁ କଡ଼ା ନିର୍ଦ୍ଦେଶ ଦେବେ କି ପ୍ରଧାନମନ୍ତ୍ରୀ ? ଆତଙ୍କବାଦୀଙ୍କ ଆଖିବୁଜା ଫାୟାରିଂ ପରେ ଏବେ କେନ୍ଦ୍ର ସରକାର ଡାକୁଛନ୍ତି ଘନଘନ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୃହମନ୍ତ୍ରୀ ଅମିତ ଶାହ. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନଏସଏ ଅଜିତ ଡୋଭାଲ୍ଙ୍କ ପରି ଅନେକ ବଡ଼ ଅଧିକାରୀ ସାମିଲ ହୋଇଛନ୍ତି । ଆଉ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ କରାଯାଇଛି ଆଲୋଚନା । ୨୦୧୯ ଫେବ୍ରୁଆରୀ ୧୪ର ପୁଲୱାମା ଆକ୍ରମଣ ପରେ ଭାରତ ଦେଇଥିଲା କଡ଼ା ଜବାବ । ଶତ୍ରୁ ଗଡ଼ରେ ଭାରତୀୟ ସେନାର ଲଢ଼ୁଆ ବିମାନ ଧସେଇ ପସି କରିଥିଲା ଆତଙ୍କୀ ଶିବିର ଧ୍ୱଂସ । ଆଉ ଏବେ ପହଲଗାମ୍ ଆକ୍ରମଣ ବି ଠିକ୍ ସେହିଭଳି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us