Last updated: 11 May 2025, 03:15 PM IST
ଭାଙ୍ଗି ଯାଇଛି ପାକିସ୍ତାନର ଦମ୍ଭ। ଭାରତର ମାଡ଼ରେ ଘାଇଲା ହୋଇଥିବା ବେଳେ ନିଜ ଦେଶରୁ ବି ଜୋରଦାର ବିରୋଧ। ଦେଶବାସୀ, ସେନା ଓ ସମସ୍ତଙ୍କୁ ଖୁସି କରିବାକୁ କହୁଛି ଶସ୍ତା କଥା। ପାକିସ୍ତାନ ନିଜ ଔକାତକୁ ଆସିଛି। ଦେଖାଇଛି ନିଜ ଅସଲ ଚେହାର । ଅସ୍ତ୍ରବିରତିକୁ ୩ ଘଣ୍ଟା ନ ବିତୁଣୁ ଡ୍ରୋନ ପଠାଇ ଗୁଳିଗୋଳା ବର୍ଷା କରିଥିଲା। ତାକୁ ମାରି ଖସାଇ ଦେଇଥିଲା ଭାରତ। ପାକିସ୍ତାନ ଘୋର ଅସ୍ତ୍ରବିରିତି ଉଲ୍ଲଂଘନ କରିଥିବା କହିଥିଲା ବୈଦେଶିକ ମନ୍ତ୍ରଣାଳୟ। ଏହାପରେ ପାକିସ୍ତାନ ମିଡିଆକୁ ଆସି ନିଜ ବିଫଳତା ଓ ଦୁର୍ବଳତାକୁ ଲୁଚାଇବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଦେଖାଛନ୍ତି ମୁହଁ ଫୁଟାଣି।