Advertisment

ଭାରତର ଅଧା ସଂପତ୍ତି ଲୁଟିଥିଲେ ବ୍ରିଟେନର ୧୦% ଧନୀ

ଭାରତକୁ ଲୁଟି, ଧନୀ ବନିଥିଲା ବଣିକ ବ୍ରିଟିଶ୍ ଜାତି। ହେଲେ କେତେ ଲୁଟିଥିଲା ? ଶୁଣିଲେ ହୋସ୍ ଉଡ଼ିଯିବ। ଇଂଲଣ୍ଡର କେବଳ ୧୦ ପ୍ରତିଶତ ଧନୀ ଭାରତରୁ ଲୁଟି ନେଇଥିବା ସମ୍ପତ୍ତିକୁ ଯଦି ୫୦ ପାଉଣ୍ଡ ନୋଟ ଆକାରରେ ବଦଳାଇ ଦିଆଯାଏ, ତାହାହେଲେ ୪ ଥର ଘୋଡ଼େଇ ହୋଇଯିବ ଲଣ୍ଡନ ସହର ।

ଅଦ୍ୟତନ ହୋଇଛି
Advertisment

ଇଷ୍ଟ ଇଣ୍ଡିଆ କମ୍ପାନି ଜରିଆରେ ବ୍ରିଟିଶରମାନେ ଭାରତକୁ ଲୁଟି ନେଇଥିବା, ଆମେ ଶୁଣିଥିଲେ । ହେଲେ କେତେ ଲୁଟିଥିଲେ, ଆପଣ ଜାଣିଛନ୍ତି କି ? ଶୁଣିଲେ, ଆଖି ତରାଟି ହୋଇଯିବ। ୱାର୍ଲ୍ଡ ଇକୋନୋମିକ୍ ଫୋରମର ବାର୍ଷିକ ବୈଠକରେ ଏହାର ଖୁଲାସା କରିଛି ଅକ୍ସଫାମ୍ ଇଣ୍ଡିଆ। ଖାଲି ସେତିକି ନୁହେଁ, ରିପୋର୍ଟ କହୁଛି, ସେତେବେଳର ଇଷ୍ଟ ଇଣ୍ଡିଆ କମ୍ପାନି ଭଳି ଉପନିବେଶବାଦ ସୃଷ୍ଟି କରି ଏବେ ବି ଲୋକଙ୍କୁ ଲୁଟି ଚାଲିଛନ୍ତି ବର୍ତ୍ତମାନ ସମୟର ମଲ୍ଟିନ୍ୟାସନାଲ୍ କମ୍ପାନି ।

Advertisment
India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ