ଭୟରେ ଥରହର କାଟିନେଲେଣି ଫସଲ
Advertisment
ପାକିସ୍ତାନ ବିରୋଧରେ ହେବ କି ବଡ଼ ଆକ୍ସନ । ସୀମାରେ ଉତ୍ତେଜନା ବଢ଼ୁଥିବାରୁ LOC ନିକଟରେ ରହୁଥିବା ଲୋକେ ଆରମ୍ଭ କଲେଣି ସଜବାଜ । ସୀମାନ୍ତ ଅଞ୍ଚଳର ଚାଷୀ ଆଗୁଆ ନିଜ ଫସଲ କାଟି ନେଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ସୀମାନ୍ତ ଗାଁର ଲୋକେ କିଛି ବଡ଼ ଘଟିବାକୁ ଯାଉଥିବା ଆଶଙ୍କାରେ ଫସଲ କାଟି ନେଉଛନ୍ତି । ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ଥିବା ପ୍ରାୟ ସମସ୍ତ ପଞ୍ଚାୟତର ଚାଷୀ ଏବେ ଫସଲ କାଟି ନେଉଛନ୍ତି । ଅମଳ ହେବାକୁ ସମୟ ବାକି ଥିଲେ ବି କାଳେ ଆଗକୁ ଆହୁରି ସ୍ଥିତି ବିଗିଡିବ ତାହାର ମୁକାବିଲା ପାଇଁ ଚାଷୀ ମାନେ ଆଗୁଆ ଅଣ୍ଟା ଭିଡ଼ିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us