ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ରିମାଣ୍ଡ ସରିବା ପରେ ଆଜି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ଇଡି । ମାମଲା ଶୁଣାଣି ହେବା ପରେ ଆସନ୍ତା ୧୫ ତାରିଖ ଯାଏଁ ତାଙ୍କୁ ଜେଲ୍ କୁ ପଠାଇଛନ୍ତି । ଏପ୍ରିଲ ୧୫ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।