ଏମିତି ଏକ ମନ୍ଦିର ଯେଉଁଠି ହିନ୍ଦୁମାନଙ୍କୁ ପ୍ରବେଶ ମନା । ଆପଣଙ୍କ ଭାବୁଥିବେ ମନ୍ଦିରରେ ପୁଣି ହିନ୍ଦୁଙ୍କୁ ପ୍ରବେଶ ମନା? ହେଲେ କଥାଟା ପୁରା ସତ । ଏବେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ ସବୁଆଡେ ଆଲୋଚନା ହେଉଥିବା ବେଳେ ଚର୍ଚ୍ଚାକୁ ଆସିଛି ଏହି ମନ୍ଦିର । ଯାହା ଭାରତରେ ନୁହଁ ବରଂ ପାକିସ୍ତାନରେ ଅବସ୍ଥିତ । ପାକିସ୍ତାନର ଇସଲାମାବାଦର ମାରଗାଲା ହିଲ୍ ଅଞ୍ଚଳରେ ରହିଛି ଏହି ଷୋଡ଼ଶ ଶତାଦ୍ଦୀର ମନ୍ଦିର । ଯାହା ରାମକୁଣ୍ଡ ମନ୍ଦିର ନାମରେ ପ୍ରସିଦ୍ଧ । ଏହି ମନ୍ଦିରର ବିଶେଷତ୍ୱ ହେଉଛି । ଏଠାରେ କୌଣସି ହିନ୍ଦୁଙ୍କୁ ପୂଜା କରିବା ମନା । ମନ୍ଦିରରେ ଥିବା ପ୍ରତିମାକୁ ମଧ୍ୟ ଏଠାରୁ ହଟାଇ ଦିଆଯାଇଛି । ସାଦିପୁରରେ ଥିବା ଏହି ଐତିହ୍ୟ ସଂପନ୍ନ ମନ୍ଦିର ଏବେ ଲୋକପ୍ରିୟ ପର୍ଯ୍ୟଟନ କ୍ଷେତ୍ର ଭାବରେ ପରିଚୟ ପାଇଛି ।