Advertisment

ଟିମ୍‌ ଇଣ୍ଡିଆ କ୍ୟାପ୍‌ଟେନ୍‌କୁ କଂଗ୍ରେସର କମେଣ୍ଟ

ଦିନେ ଖେଳ ପାଇଁ ଚର୍ଚ୍ଚରେ ରହୁଥିଲେ। ହିଟ୍‌ ମ୍ୟାନ୍‌ଙ୍କ ହିଟ୍‌ ଷ୍ଟ୍ରୋକ ରହୁଥିଲା ହେଡ୍‌ଲାଇନ୍‌। ଏବେ କିନ୍ତୁ ତାଙ୍କ ଫିଟ୍‌ନେସ୍‌କୁ ନେଇ ଆରମ୍ଭ ହୋଇଛି ପଲିଟିକ୍ସ।

Advertisment

ରୋହିତ ଶର୍ମା ଖେଳାଳି ଭାବେ ମୋଟା। ସେ ନିଜ ଓଜନ କମାନ୍ତୁ। ବର୍ତ୍ତମାନର ସବୁଠାରୁ ସେ ଜଣେ ପ୍ରଭାବଶୂନ୍ୟ କ୍ୟାପଟେନ୍। ଜଣେ ସାଧାରଣ ଅଧିନାୟକ ହେବା ବ୍ୟତୀତ, ସେ ଜଣେ ସାଧାରଣ ଖେଳାଳି। ଯିଏ ଭାରତର ଅଧିନାୟକ ହେବାର ସୌଭାଗ୍ୟ ପାଇଥିଲେ। ଚାମ୍ପିଅନ୍ସ ଟ୍ରଫିରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ସମୟରେ ଟ୍ୱିଟ୍‌ କରି ଏଭଳି କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ମୁଖପାତ୍ର ଶସା ମହମ୍ମଦ। ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ନିଆଁ ଲାଗିଛି। ତାଙ୍କ ଟ୍ୱିଟ୍‌ ଭାଇରାଲ ହେବା ସହ ଜୋର ଧରିଛି ରାଜନୀତି। ଚାରିଆଡୁ ତାଙ୍କୁ କରାଯାଇଛି ଟାର୍ଗଟ୍। ବିବାଦ ବଢ଼ିବା ପରେ ନିଜ ଟ୍ୱିଟ୍‌କୁ ଡିଲିଟ୍‌ କରି ଦେଇଛନ୍ତି କଂଗ୍ରେସ ନେତ୍ରୀ। ରଖିଛନ୍ତି ନିଜ ସଫେଇ, ଶୁଣନ୍ତୁ ସେ କ’ଣ କହୁଛନ୍ତି।

Advertisment
Congress Rohit Sharma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ