Advertisment

ପାଖେଇ ଆସୁଛି ପ୍ରାଣପ୍ରତିଷ୍ଠା ତିଥି, ଚାଲିଛି ନିରବଛିନ୍ନ ତୟାରି

ମଝିରେ ମାତ୍ର ୧୪ ଦିନ । ଆସନ୍ତା ୨୨ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଯେତିକି ପାଖୋଉଛି, ଭକ୍ତଙ୍କ ଉତ୍କଣ୍ଠା ବଢ଼ିବା ସହ ଆୟୋଜକଙ୍କ ତୟାରି ବି ସେତିକି ତୀବ୍ର ହେଉଛି।

Advertisment

ସଜେଇ ହେଲାଣି ସିଂହଦ୍ୱାର। ଗଢ଼ା ଚାଲିଛି ଗଜଦ୍ୱାର। କାନ୍ଥ କହୁଛି...ରାମ କାହାଣୀ। ଜାନୁଆରୀ ୨୨, ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ଯେତିକି ପାଖୋଉଛି, ପ୍ରସ୍ତୁତି ସେତିକି ତୀବ୍ର ବେଗରେ ଚାଲିଛି। କି କି କାମ ବାକି ଅଛି ? ଜାଣିବାକୁ ନିଜେ ଗ୍ରାଉଣ୍ଡ ଜିରୋକୁ ଯାଇଥିଲେ ରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର । ନୃପେନ୍ଦ୍ର କହିଛନ୍ତି- ଆସନ୍ତା ମକର ସଂକ୍ରାନ୍ତି ପରେ ଉତ୍ସବର ଅୟମାରମ୍ଭ ହେବ। ତା ପୂର୍ବରୁ ଆନୁସଙ୍ଗିକ କାର୍ଯ୍ୟ ସାରିବାକୁ ପଡ଼ିବ। ତା ସହ ପ୍ରାୟ ଦେଢ଼ ଟନ୍ ଓଜନର ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିର ଲମ୍ବ ଏବଂ ସ୍ଥାପନା, ମହାକାଶ ବିଜ୍ଞାନୀଙ୍କ ପରାମର୍ଶକ୍ରମେ ଏଭଳି ଭାବେ କରାଯିବ, ଯଦ୍ୱାରା ପ୍ରତିବର୍ଷ ରାମ ନବମୀ ତିଥିର ମଧ୍ୟାହ୍ନ ୧୨ଟା ସମୟରେ ସୂର୍ଯ୍ୟ ଭଗବାନଙ୍କ କିରଣ ସିଧା ଶ୍ରୀରାମଙ୍କ ମଥାରେ ପଡ଼ିବ। ନୃପେନ୍ଦ୍ର ମୁଖ୍ୟତଃ ମନ୍ଦିରର ୪ ପ୍ରବେଶ ଦ୍ୱାର, ପରିକ୍ରମା ମାର୍ଗ ଓ ସୁରକ୍ଷା ବନ୍ଦୋବସ୍ତ ବ୍ୟବସ୍ଥା କଭଳି ହୋଇଛି ତାହା ବୁଲି ଦେଖିଥିଲେ।

Advertisment
Ram Mandir India News Ayodhya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ