Advertisment

ATM Facility Inside Trains: ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ଚଳନ୍ତା ଟ୍ରେନ୍‌ରୁ ବାହାରିବ ଟଙ୍କା

ମହାରାଷ୍ଟ୍ରର ନାସିକରୁ ମୁମ୍ବାଇ ଯାଉଥିବା ଏଇ ଟ୍ରେନରେ ଏସି ବଗିରେ ଲାଗିଛି ଏଟିଏମ। ପରୀକ୍ଷାମୂଳକ ଭାବେ ଏହାର ଉପଯୋଗ କରାଯାଇଛି।

ଅଦ୍ୟତନ ହୋଇଛି
Advertisment

ଏଣିକି ଟ୍ରେନ୍‌ରୁ ବାହାରିବ ଟଙ୍କା। ଟ୍ରେନ୍ ଯାତ୍ରା ବେଳେ ଆଉ ରହିବନି ନଗଦ ଟଙ୍କାର ଅସୁବିଧା। ଟ୍ରେନ୍‌ ଭିତରେ ମିଳିବ ଏଟିଏମ୍‌ ସୁବିଧା। ଯାତ୍ରୀ ଚଳନ୍ତା ଟ୍ରେନ୍‌ରୁ ଟଙ୍କା ଉଠାଇପାରିବେ। କାରଣ ଭାରତୀୟ ରେଲ ଏବେ ଟ୍ରେନ ଭିତରେ ଏଟିଏମ ବ୍ୟବସ୍ଥା କରିଛି। ମଙ୍ଗଳବାର ଦିନ ଏହାର ସଫଳ ପରୀକ୍ଷଣ ହୋଇଛି। ପଞ୍ଚବଟୀ ଏକ୍ସପ୍ରେସରେ ଆରମ୍ଭ ହୋଇଛି ଦେଶର ପ୍ରଥମ ଟ୍ରେନ ଏଟିଏମ ସେବା। ମହାରାଷ୍ଟ୍ରର ନାସିକରୁ ମୁମ୍ବାଇ ଯାଉଥିବା ଏଇ ଟ୍ରେନରେ ଏସି ବଗିରେ ଲାଗିଛି ଏଟିଏମ। ପରୀକ୍ଷାମୂଳକ ଭାବେ ଏହାର ଉପଯୋଗ କରାଯାଇଛି। ଟ୍ରେନରେ ଥିବା ସମସ୍ତ ୨୨ଟି ବଗିକୁ ସଂଯୋଗୀକରଣ କରାଯାଇଥିବାରୁ ସବୁ ଯାତ୍ରୀ ଏହି ସୁବିଧା ପାଇପାରିବେ।

Advertisment
Train
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ