Advertisment

ପହିଲାରେ ମୋଦି ସରକାରଙ୍କ ଶେଷ କାମଚଳା ବଜେଟ

ଫେବ୍ରୁଆରୀ ପହିଲାରେ ସାଧାରଣ ବଜେଟ୍। ମୋଦୀ ସରକାର ଦ୍ୱିତୀୟ ପାଳିର ଶେଷ କିନ୍ତୁ କାମଚଳା ବଜେଟ୍ । ଲଗାତର ଷଷ୍ଠ ଥର ପାଇଁ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Advertisment

ଆତ୍ମନିର୍ଭର ଭାରତ, ମେକଇନ ଇଣ୍ଡିଆ, ଷ୍ଟାର୍ଟ ଅପ୍ସ ଓ ଏମଏସଏମଇ। ସ୍ୱଦେଶୀକୁ ଗୁରୁତ୍ୱ ଦେଇ ଶିଳ୍ପ ବିକାଶକୁ ଆଗେଇ ନେବା ଲାଗି ଉଦ୍ୟମ କରୁଛି ମୋଦି ସରକାର। ଏପର୍ଯ୍ୟନ୍ତ ଏନେଇ ନିଆଯାଇଥିବା ପଦକ୍ଷେପ ଉତ୍ସାହଜନକ ସଫଳତା ବି ଦେଇଛି। ତେଣୁ ମେଡ୍ ଇଣ୍ଡିଆ ଥିମରେ ଦେଶରେ ଶିଳ୍ପ ବିକାଶକୁ ଆଗେଇ ନେବା ଲାଗି ବଜେଟରେ ସ୍ୱତନ୍ତ୍ର ଧ୍ୟାନ ଦେଇପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ତାଙ୍କ ଆଗରେ ପ୍ରତିବନ୍ଧକ, ଫେବ୍ରୁଆରୀ ପହିଲାରେ ଉପସ୍ଥାପନ ହେବାକୁ ଥିବା ବଜେଟ ହେଉଛି କାମଚଳା ବଜେଟ। ନିର୍ବାଚନ ବର୍ଷ ହୋଇଥିବାରୁ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ। ତେବେ ଏହାସତ୍ତ୍ୱେ ବି ନିର୍ମଳାଙ୍କ ବଜେଟରେ ମୋଦି ସରକାରର ଆଭିମୁଖ୍ୟର ଝଲକ ରହିବ ବୋଲି କୁହାଯାଉଛି। ଶିଳ୍ପ ଲାଗି ଆବଶ୍ୟକ ଭିତ୍ତିଭୂମି ଉପରେ ସରକାରଙ୍କ ଫୋକସ ରହିଥିବା ବେଳେ ଟିକସ ହ୍ରାସ ଓ ଅନ୍ୟାନ୍ୟ ରିହାତି ମାଧ୍ୟମରେ କେନ୍ଦ୍ର ଶିଳ୍ପଜଗତର ବିଶ୍ୱାସ ଜିତିବାକୁ ଉଦ୍ୟମ କରିପାରେ। 

Advertisment
India Narendra Modi Union Budget Nirmala Sitharaman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ