Advertisment

Tahawwur Ran: କସାବ୍ ଭଳି ଫାଶି ଖୁଣ୍ଟରେ ଝୁଲିବ କି ତହବୁର ରାଣା?

ତହବୁର ରାଣାକୁ NIA ହେଡକ୍ବାର୍ଟସରେ ଖାତିରଦାରୀ ପାଇଁ ତୟାର ରହିଛି ସ୍ପେଶାଲ ସେଲ୍ । ସ୍ପେଶାଲ ସେଲ୍ ଭିତରକୁ କେବଳ NIA ଡିଜି ସଦାନନ୍ଦ ଦାତେ, ଆଇଜି ଆଶିଷ ବାତ୍ରା ଏବଂ ଡିଆଇଜି ଜୟା ରୟଙ୍କ ସମେତ ୧୨ ଜଣଙ୍କୁ ଯିବାକୁ ରହିଛି ଅନୁମତି ।

Advertisment

ଦିଲ୍ଲୀରେ ପହଞ୍ଚିଲା ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ମାଷ୍ଟରମାଇଣ୍ଡ୍ ତହବୁର ରାଣା । ତହବୁରକୁ ଆମେରିକାର ପ୍ରତ୍ୟର୍ପଣ ପରେ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଛି । ପାଲମ ଏୟାରବେସରେ ଓହ୍ଲାଇବା ପରେ ତହବୁରକୁ ଗିରଫ କରିଛି ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି । NIA ଓ ର' ପକ୍ଷରୁ ମିଳିତ ଟିମ୍ ତହବୁରକୁ ଭାରତ ଅଣାଯାଇଛି । ଏହାପରେ ତାକୁ ବୁଲେଟପ୍ରୁଫ୍ ଗାଡ଼ିରେ NIA ହେଡକ୍ବାର୍ଟର୍ସକୁ ନେବେ ଏଲିଟ୍ କମାଣ୍ଡୋ । ସେଠାରେ ମେଡିକାଲ ଟେଷ୍ଟ୍ ପରେ ରାଣାକୁ NIA ସ୍ପେଶାଲ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି । ଏଥିପାଇଁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ କୋର୍ଟରେ ଟ୍ରାଏଲ୍ ରେକର୍ଡ ବି ପହଞ୍ଚି ସାରିଛି ।

Advertisment
India Tahawwur Rana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ