ସରି ଆସୁଛି ଲାଲଗଡ଼ରେ ମାଓବାଦୀଙ୍କ ଆୟୁଷ। ଧ୍ବଂସ ହେବାକୁ ବସିଛି ହିଂସାର ସୀମା ଡେଇଁଥିବା ନକ୍ସଲବାଦ। କ୍ରମାଗତ ଜାରି ରହିଥିବା ମାଓବିରୋଧୀ ଅପରେସନରେ ଏ ହେଉଛି ଆଜି ଭୋରରୁ ହୋଇଥିବା ଏନକାଉଣ୍ଟର୍ ପରର ଚିତ୍ର। ସଫା ହୋଇଯାଇଛନ୍ତି ସତର ସତର ଜଣ ମାଓବାଦୀ। ଜଙ୍ଗଲ ଭିତରୁ ୧୭ଟି ମୃତଦେହକୁ ଆଣି ସୁକମା ପୋଲିସ ଲାଇନରେ ରଖିଛନ୍ତି ସୁରକ୍ଷାକର୍ମୀ। ସେମାନଙ୍କଠାରୁ AK-47, SLR ଓ ଇନସାସ୍ ବନ୍ଧୁକ ସହ ମିଳିଛି ବିପୁଳ ଅସ୍ତ୍ରଶସ୍ତ୍ର। ଛତିଶଗଡ଼ ସୁକମା ଜିଲ୍ଲା ଉପମପାଲ୍ଲି ଜଙ୍ଗଲ ଭିତରେ ଏନକାଉଣ୍ଟର ସାରି ଫେରିବା ପରେ ସାହସୀ ଯବାନଙ୍କୁ ମିଠା ଖୁଆଇ ସ୍ବାଗତ କରିଛନ୍ତି ଅଧିକାରୀ। ସାବାସୀ ଦେବା ସହ ଯବାନଙ୍କ ମନରେ ଭରିଛନ୍ତି ଉତ୍ସାହ। ଏତେବଡ଼ ସଫଳତା ପାଇ ଯବାନ ବି ଖୁସି ବ୍ୟକ୍ତ କରିଛନ୍ତି।
ଛତିଶଗଡ଼ ସୁକମା ଉପମପାଲ୍ଲି ଜଙ୍ଗଲରେ ୧୭ ନକ୍ସଲ ସଫା
ଲାଲଗଡ଼ରେ ହିଂସାର ରାଜୁତି ଚଳାଇଥିବା ଲାଲବାହିନୀକୁ ଆଉ ନିସ୍ତାର ନାହିଁ। ଆଜି ପୁଣି ସଫା ହୋଇଯାଇଛନ୍ତି ୧୭ ନକ୍ସଲ। ଛତିଶଗଡ଼ର ସୁକମା ଜିଲ୍ଲା ଅପମ୍ପଲ୍ଲୀ ଜଙ୍ଗଲରେ ଖେଦି ଖେଦି ମାରିଛନ୍ତି ସୁରକ୍ଷାକର୍ମୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us