ଭାରତକୁ ଆସିବେ ଆଉ ୧୨ ଆଫ୍ରିକୀୟ ଚିତା । ଦିନକ ପରେ ପହଞ୍ଚିବେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ । କୁନୋକୁ ପ୍ରଥମ ପର୍ଯ୍ୟାୟରେ ଗତବର୍ଷ ୮ଟି ଚିତା ନାମିବ୍ୟାରୁ ଆସିଥିବା ବେଳେ, ଏଥର ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ଚିତା ଦକ୍ଷିଣ ଆଫ୍ରିକାରୁ ଅଣାଯିବ । ସେମାନଙ୍କ ମଧ୍ୟରେ ୭ଟି ଅଣ୍ଡିରା ଓ ୫ଟି ମାଈ ଚିତା ଅଛନ୍ତି । ଚିତାଙ୍କୁ ଆଣିବା ପାଇଁ ଆଜି ଦକ୍ଷିଣ ଆଫ୍ରିକା ଅଭିମୁଖେ ଉଡ଼ାଣ ଆରମ୍ଭ କରିଛି ବାୟୁସେନାର ବିଶାଳ ବିମାନ C-17 ଗ୍ଲୋବମାଷ୍ଟର।