ଏଥର ନିର୍ବାଚନରେ କେନ୍ଦ୍ରରେ ହ୍ୟାଟ୍ରିକ୍ କରିବ ବିଜେପି । ରାଷ୍ଟ୍ରୀୟ ଅଧିବେଶନରେ କର୍ମକର୍ତ୍ତାଙ୍କୁ ୪ଶହ ପ୍ଲସର ମିଶନ ଏବଂ ଶହେ ଦିନର ଡେଡଲାଇନ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଏବେ ଛୋଟ ସ୍ୱପ୍ନର ସ୍ଥାନ ନାହିଁ, ବିକଶିତ ଭାରତ ପାଇଁ ବଡ଼ ଡିଆଁ ମାରିବାକୁ ପଡ଼ିବ । ରାଜନୀତି ନୁହେଁ, ରାଷ୍ଟ୍ରନୀତି ଆମର ଫୋକସ୍ ବୋଲି କହିବା ସହ କଂଗ୍ରେସ ଉପରେ କରିଛନ୍ତି ଜୋରଦାର ହମଲା ।

ବିଜେପି ରାଷ୍ଟ୍ରୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହୁଙ୍କାର । ଅବକି ବାର୍ ଚାର୍ ସୋ ପାର୍ । ଏଥର ୪ ଶହ ପ୍ଲସ୍ ର ମିଶନ ମୋଡରେ କାମ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ର ଦେଇଛନ୍ତି ମୋଦି । କହିଛନ୍ତି, ଆସନ୍ତା ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବରରେ ବିଦେଶୀ ରାଷ୍ଟ୍ରରୁ ତାଙ୍କୁ ନିମନ୍ତ୍ରଣ ମିଳିଛି, ଏହାର ଅର୍ଥ ପାଶ୍ଚାତ୍ୟ ଦେଶ ବି ଜାଣିଛନ୍ତି ଏଥର ବି ମୋଦି ହିଁ ଆସିବେ ।