Advertisment

ବକେୟା ମୋଟରଯାନ ଟିକସ ଛାଡ଼ କରିବେ ସରକାର

ବିଶେଷଜ୍ଞଙ୍କ ମତ ଦୀର୍ଘ ଦିନରୁ ପଡ଼ିରହିଥିବା ଏହି ଟିକସ ଓ ଜରିମାନାର ଆନୁମାନିକ ମୂଲ୍ୟ ୫ ଶହ କୋଟିରୁ ଅଧିକ ହେବ। ଏଭଳି ନିଷ୍ପତ୍ତି ଦ୍ୱାରା ରାଜ୍ୟ ପ୍ରାୟ ୫୦୦ କୋଟିର କ୍ଷତି ସହିବ। ପ୍ରଶ୍ନ ଉଠୁଛି କାହିଁକି ହୋଇପାରୁନାହିଁ ଟିକସ ଆଦାୟ ? ପରିବହନ ଅଧିକାରୀ ଟିକସ କିମ୍ବା ଜରିମାନା ଆଦାୟରେ ପଛୁଆ କାହିଁକି ?

Advertisment

କେଉଁ ସ୍ୱାର୍ଥରେ ଆସିଛି ବକେୟା ମୋଟର ଯାନ ଟିକସ ଛାଡ଼ ନିୟମ ? ପୁରୁଣା ଗାଡ଼ି ସ୍କ୍ରାପ କରିବାକୁ ଅଗ୍ରହ ଦେଖାଉନହନ୍ତି କି ଗାଡ଼ି ମାଲିକ? ନା ବକେୟା ଟିକସ ଆଦାୟରେ ପରିବହନ ବିଭାଗର ଅପାରଗତା ଲୁଚାଇବାକୁ ଉଦ୍ୟମ ? ନିକଟରେ ମୋଟର ଯାନ ବକେୟା ଟିକସ ଛାଡ଼ ପାଇଁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିବା ପରେ ଉଠିଛି ଏଭଳି ପ୍ରଶ୍ନ। କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ବାଣିଜ୍ୟିକ ଗାଡି ମାଲିକ ପୁରୁଣା ଗାଡି ସ୍କ୍ରାପ କରିବାକୁ ଚାହିଁଲେ ସେମାନଙ୍କ ବକେୟା ଟିକସ ଓ ଜରିମାନା ସଂପୂର୍ଣ୍ଣ ଛାଡ଼ କରିବେ ସରକାର। ସେହିପରି ଯେଉଁମାନେ ଟିକସ ଦେଇ ପୁଣି ଗାଡ଼ି ଚଲାଇବାକୁ ଚାହିଁବେ ସେ କ୍ଷେତ୍ରରେ ଜରିମାନା ସଂପୂର୍ଣ୍ଣ ଛାଡ଼ କରାଯିବା ସହିତ ଟିକସ ପରିମାଣ ବି ରିହାତି କରାଯିବ। ହେଲେ ବିଶେଷଜ୍ଞଙ୍କ ମତ ଦୀର୍ଘ ଦିନରୁ ପଡ଼ିରହିଥିବା ଏହି ଟିକସ ଓ ଜରିମାନାର ଆନୁମାନିକ ମୂଲ୍ୟ ୫ ଶହ କୋଟିରୁ ଅଧିକ ହେବ। ଏଭଳି ନିଷ୍ପତ୍ତି ଦ୍ୱାରା ରାଜ୍ୟ ପ୍ରାୟ ୫୦୦ କୋଟିର କ୍ଷତି ସହିବ। ପ୍ରଶ୍ନ ଉଠୁଛି କାହିଁକି ହୋଇପାରୁନାହିଁ ଟିକସ ଆଦାୟ ? ପରିବହନ ଅଧିକାରୀ ଟିକସ କିମ୍ବା ଜରିମାନା ଆଦାୟରେ ପଛୁଆ କାହିଁକି ?

Advertisment
Odisha Cabinet Meeting Motor Vehicle Tax
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ