ମାଘ ନ ସରୁଣୁ ରାଜ୍ୟରୁ ଗାୟବ ହୋଇଗଲାଣି ଶୀତ। ଉଭୟ ଦିନ ଓ ରାତ୍ରିର ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତାକାଲି ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବାକୁ ଥିବା ବେଳେ, ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ମଧ୍ୟରେ ରହିବ। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।