Last updated: 16 September 2023, 10:43 PM IST
ନିଜ ହକ୍ ପାଇଁ ଜିଦରେ ଅଟଳ ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ । ସେପଟେ ନିଜ ଅଧିକାରରୁ ବଞ୍ଚିତ ହୋଇ ଅନ୍ଧାରକୁ ଯାଉଛି ଲକ୍ଷ ଲକ୍ଷ କୋମଳମତି ଶିଶୁଙ୍କ ସୁନେଲି ଭବିଷ୍ୟତ । ସମଗ୍ର ରାଜ୍ୟରେ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଆନ୍ଦୋଳନକୁ ୟା ଭିତରେ ୯ ଦିନ ବିତିଥିଲେ ବି ଏଯାଏଁ ବାହାରି ପାରିନି ସମାଧାନର ବାଟ । ଫଳରେ ବିଦ୍ୟାଳୟରେ ବିଗିଡ଼ି ଗଲାଣି ପାଠପଢ଼ା ପରିବେଶ । ପିଲାଏ ଭୁଲିଗଲେଣି ଦୈନିକ ବିଦ୍ୟାଭ୍ୟାସ ।