ପ୍ରାକୃତିକ ଶୋଭାରାଜିର ଅପୂର୍ବ ଗନ୍ତାଘର, ସବୁଜ ବନାନୀ, ପାହାଡ ଆଉ ଝରଣା ତା ସହ ଜଙ୍ଗଲୀ ଜନ୍ତୁ । ଥରେ ବୁଲି ଆସିବାକୁ ମନ ଚାହିଁବ । ନୟାଗଡ଼ର ଅସୁରକୁମାରୀ ପୀଠ ସତରେ ଖୁବ୍ ସ୍ୱତନ୍ତ୍ର, ଆଉ ଏହାର ପରିବେଶ ବି ବେଶ୍ ନିରୋଳା । ଘଞ୍ଚ ଜଙ୍ଗଲ, ଆଖି ଯୁଆଡେ ଯାଉଛି ସବୁଜ ବଳୟ । ଆଗକୁ ଗଲେ ବିଶାଳ ପାହାଡ, ଆଉ ପାହାଡର ଛାତି ଚିରି କୁଳୁକୁଳୁ ଶବ୍ଦ କରି ବହିଯାଉଛି ଝରଣା । ଏଠିକାର ଶାନ୍ତ ସ୍ନିଗ୍ଧ ପରିବେଶ କାହାକୁ ବି ଆକର୍ଷିତ କରିପାରେ । ତେବେ କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟ ନୁହେଁ ମାଙ୍କ ମହିମା ଏଠାକୁ ଟାଣି ଆଣେ ଶହ ଶହ ଶ୍ରଦ୍ଧାଳୁଙ୍କୁ ।