Last updated: 07 October 2021, 12:12 PM IST
ଘଞ୍ଚ ଜଙ୍ଗଲ ଭିତରେ ୪ ଦିନ ହେଲା ତପସ୍ୟାରେ ବସିଛନ୍ତି ଜଣେ ମହିଳା। ଗୁଣୁଗୁଣୁ ହେଇ ମନ୍ତ୍ର ପଢୁଛନ୍ତି। କହୁଛନ୍ତି ମନ୍ଦିର ଓ ଟିଉବୱେଲ୍ ଦରକାର। ଦେବୀ ବୋଲି ବିବେଚନା କରି ଆଖପାଖ ଲୋକ ଆରମ୍ଭ କରିଦେଲେଣି ପୂଜାପାଠ। ମହିଳା ଜଣକ ଜଙ୍ଗଲ ଭିତରେ ଏକା ରହୁଥିଲେ ବି ତାଙ୍କର ଭାଲୁ ଓ ହାତିକୁ ଭୟ ନାହିଁ। ଏହା ଅଲୌକିକ କଥା ବୋଲି ଲୋକେ କହୁଛନ୍ତି। ତେବେ ସଚେତନ ନାଗରିକ ଏପରି ଘଟଣାକୁ ନାପସନ୍ଦ କରିଛନ୍ତି।