୧୬ ବର୍ଷୀୟ ବାଳକଙ୍କ କରିସ୍ମା। ମାତ୍ର ୩ ଦିନ ଭିତରେ ଏକ ସାଧାରଣ ସାଇକେଲକୁ ରୂପାନ୍ତରିତ କରିଦେଲେ ଇ-ସାଇକେଲରେ। ଯାହା ବ୍ୟାଟେରୀ ଚାଳିତ ଦୁଇଚକିଆ ଯାନ ପରି କାମ କରିପାରୁଛି। ଏହି ସଫଳତା ପାଇଁ ଏବେ ଚର୍ଚ୍ଚାରେ ଢେଙ୍କାନାଳର ୧୬ ବର୍ଷୀୟ ବାଳକ ସିଦ୍ଧାର୍ଥ। ପେଟ୍ରୋଲ ଓ ଡିଜେଲ ମହଙ୍ଗା ଯୁଗରେ ସିଦ୍ଧାର୍ଥଙ୍କର ଏହି ସାଇକେଲ ସାଧାରଣ ଲୋକଙ୍କ ପାଇଁ ସହାୟକ ହୋଇଛି।