ସମ୍ବଲପୁର ବିଶ୍ୱବିଦ୍ୟାଳୟର ଫୁଡ୍ ଓ ନ୍ୟୁଟ୍ରିସନ ଏବଂ ଜିଲ୍ଲା ବନବିଭାଗ ସହଯୋଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ୪ ଦିନିଆ କର୍ମଶାଳା । ଏଥିରେ ଖାଦ୍ୟ ପ୍ରସ୍ତୁତି ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ମହୁଲ, ସଜନା ପତ୍ର ଓ ଆମ୍ବରୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବାର କଳା କୌଶଳ ଶିକ୍ଷା ଦିଆଯାଇଥିଲା । ଜିଲ୍ଲାର ଗ୍ରାମାଞ୍ଚଳରୁ ମହିଳାମାନେ ଏଥିରେ ସାମିଲ ହୋଇଥିଲେ...