ପର୍ଯ୍ୟଟକଙ୍କ ପାଇଁ ନୂଆ ଟୁରିଷ୍ଟ ଡେଷ୍ଟିନେସନ ପାଲଟିଛି ସମ୍ବଲପୁରର ହୀରାକୁଦ  । ଇକୋ ରିଟ୍ରିଟ୍ ସାଙ୍ଗକୁ ହୀରାକୁଦର ଜଳ ଭଣ୍ଡାରରେ ଆରମ୍ଭ ହୋଇଥିବା ଓ୍ୱାଟର ସ୍ପୋଟର୍ସ ଆକ୍ଟିଭିଟି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି  । ଫଳରେ ରାଜ୍ୟ ଓ ରାଜ୍ୟ ବାହାରର ଶହ ଶହ ପର୍ଯ୍ୟଟକ ଏହାର ମଜା ନେବାକୁ ଆସୁଛନ୍ତି ।