ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ମଣିଷ ତିଆରି କାରଖାନା । ଆଶା ଓ ଆଶ୍ୱାସନା । ଅ.. ଆରୁ ABCD । ଏଠାରେ ଶିକ୍ଷାର ଭିତ୍ତିପ୍ରସ୍ତର ଗଢିଥିଲେ ଦରଦୀ ପ୍ରକାଶ ରାଓ । ହେଲେ ତାଙ୍କ ସହ ଯେମିତି ଚାଲିଯାଇଥିଲା ଅନୁଷ୍ଠାନର ଜୀବନ । ଏବେ ପ୍ରକାଶଙ୍କ ଏହି ଅନୁଷ୍ଠାନକୁ ପୁଣି ମିଳିଛି ନୂଆ ଜୀବନ । ହୋଟେଲ ମ୍ୟାନେଜମେଣ୍ଟ ପାଠ ପଢି ଅଷ୍ଟ୍ରେଲିଆରେ ତାଲିମ ନେଉଥିବା ଝିଅ ଭାନୁପ୍ରିୟାଙ୍କୁ ଟାଣି ଆଣିଛି ବାପାଙ୍କ ଅଧୁରା ସ୍ୱପ୍ନ ।