Advertisment

ରାଜସ୍ୱ ବଢୁଛି, ନା ଖର୍ଚ୍ଚ କରୁନାହାନ୍ତି ସରକାର ?

ରାଜସ୍ବ ବଢୁଛି, ନା ଖର୍ଚ୍ଚ କରୁ ନାହାନ୍ତି ସରକାର ? ରାଜସ୍ବ ବଳକା ରାଜ୍ୟରେ ଓଡିଶା ୧ ନମ୍ବର ହେବା ପରେ ସମସ୍ତଙ୍କ ମନରେ ଏବେ ଏମିତି ପ୍ରଶ୍ନ। କାହିଁକିନା, ସରକାରଙ୍କ ବିରୋଧରେ ଅସନ୍ତୋଷ ଜଳ ଜଳ।

Advertisment

ବିଜେଡି ଶାସନର ୨୩ ବର୍ଷ ପରେ ବି ରାଜରାସ୍ତାରେ ଚାଷୀ, ଶିକ୍ଷକ, ଅଧ୍ୟାପକ, ଡାକ୍ତର, ଅଙ୍ଗନବାଡି, ଆଶା କର୍ମୀ। କାହାର ଦାବି ଦରମା ବୃଦ୍ଧି, ତ କାହାର ଦାବି ସ୍ଥାୟୀ ନିଯୁକ୍ତି । ପୁଣି ଗୋଟିଏ ମାସରେ ୩ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ଆଉ ଏପଟେ ଓଡିଶା ବଳକା ରାଜସ୍ୱ ରାଜ୍ୟ କହି ଶାସକ ଦଳ ନେତାଙ୍କ ପ୍ରଚାର ପ୍ରସାର। ଏଠି ପ୍ରଶ୍ନ କେମିତି ରାଜସ୍ୱ ବଳକା ରାଜ୍ୟ ହେଲା ଓଡିଶା ? ରାଜସ୍ୱ ବଢୁଛି ନା ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରୁନାହାନ୍ତି ସରକାର ? ନିକଟରେ ବଜେଟ୍ ଅଫ୍ ଇଣ୍ଡିଆନ୍ ଷ୍ଟେଟ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ରାଜସ୍ୱ ବଳକା ରାଜ୍ୟରେ ଦେଶର ଏକ ନମ୍ବରରେ ଅଛି ଓଡିଶା। ୨୦୨୧-୨୨ରେ ସର୍ବାଧିକ ୪୩ ହଜାର ୪୭୧ କୋଟି ଟଙ୍କା ବଳକା ରଖିଛନ୍ତି ରାଜ୍ୟ ସରକାର। ମାନେ ବିଭିନ୍ନ ସୂତ୍ରରୁ ଆୟ ଯେତିକି, ବ୍ୟୟ ତାଠୁ କମ୍ । ଓଡ଼ିଶା ପରେ ଦ୍ୱିତୀୟରେ ଉତ୍ତର ପ୍ରଦେଶ ଆଉ ତୃତୀୟରେ ରହିଛି ଦିଲ୍ଲୀ। ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ରାଜସ୍ୱ ବଳିବା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଜନ ମଙ୍ଗଳକାରୀ ଯୋଜନା ସବୁର ବ୍ୟାପକତା ତାଠୁ ବେଶି ଗୁରୁତ୍ୱ ରଖେ ।

Advertisment
Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ