ବାହାନଗା ଟ୍ରେନ୍ ଟ୍ରାଜେଡିର ୨୯ ଦିନ ପରେ ୨୯ଟି ମୃତଦେହର ମିଳିଲା ପରିଚୟ । ଏମ୍ସରେ ସଂରକ୍ଷିତ ଥିବା ୮୧ ମୃତଦେହ ଭିତରୁ ପ୍ରଥମ ପର୍ଯ୍ୟାୟରେ ୨୯ଟିର ଡିଏନ୍ଏ ମ୍ୟାଚିଂ ରିପୋର୍ଟ ମିଳିବା ପରେ ସେମାନଙ୍କ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ସେପଟେ ଆଉ ୫୨ଟି ମୃତଦେହର ଚିହ୍ନଟ ନେଇ ଡିଏନଏ ରିପୋର୍ଟ ଆସିନଥିବାରୁ ମରଶରୀର ପାଇଁ ଏବେ ବି ଅପେକ୍ଷା କରିଛନ୍ତି ନିକଟ ସମ୍ପର୍କୀୟ।